Latest Odisha News

ଏହି ଦେଶରେ ଅଛି ହଜାରରୁ ଅଧିକ ବିମାନବନ୍ଦର, ଜାଣନ୍ତୁ ପ୍ରଥମେ କିଏ…

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶ ଲୋକେ ବିମାନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଖୁବ୍ କମ୍ ସମୟରେ ବିମାନରେ ଗୋଟେ ସ୍ଥାନରୁ ଅନ୍ୟ ଗୋଟେ ସ୍ଥାନକୁ ଯିବା ସହଜ ସହଜ ହୋଇଥାଏ । ତେବେ ଆପଣ ଜାଣନ୍ତି କି ଏମିତି ଏକ ଦେଶ ଅଛି ଯେଉଁଠି ପ୍ରାୟ ସମସ୍ତ ଲୋକେ ବମାନରେ ଯିବାକୁ ପସନ୍ଦ କରନ୍ତି । ଆଉ ସେଥିପାଇଁ ସେହି ଦେଶରେ ରହିଛି ପ୍ରାୟ ୧ ହଜାରରୁ ଅଧିକ ଏୟାରପୋର୍ଟ ।

ଦୁନିଆର ସମସ୍ତ ଦେଶରେ ଏବେ ବିମାନ ସେବା ଉପଲବ୍ଧ । କିନତୁ କହିରଖୁଛୁ ଯେ, ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଏୟାରପୋର୍ଟ ଆମେରିକାରେ ରହିଛି । ଆମେରିକାରେ ମୋଟ୍ ୧୪, ୭୧୨ ଏୟାରପୋର୍ଟ ରହିଛି । ଏହି ଏୟାରପୋର୍ଟ ଦେଇ ପ୍ରତି ବର୍ଷ ଲକ୍ଷ ଲକ୍ଷ ବ୍ୟକ୍ତି ବିମାନ ଯାତ୍ରା କରିଥାନ୍ତି । ତେବେ ଏଥିମଧ୍ୟରୁ ୧୦୨ଟି ଏୟାରପୋର୍ଟ ଆନ୍ତର୍ଜାତୀୟ ସେବା ପ୍ରଦାନ କରିଥାଏ ।

ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ । ଏଠାରେ ୪୦, ୦୯୩ଟି ଏୟାରପୋର୍ଟ ରହିଛି । ସେଥିମଧ୍ୟରୁ ୨୩ଟି ଆନ୍ତର୍ଜାତୀୟ ଏୟାରପୋର୍ଟ ଅଟେ । ତୃତୀୟ ସ୍ଥାନରେ ରହିଛି ମେକ୍ସିକୋ । ଯେଉଁଠାରେ ୧୭୧୪ଟି ଏୟାରପୋର୍ଟ ରହିଛି । ଏଥିମଧ୍ୟରୁ କେବଳ ୩୬ ଆନ୍ତର୍ଜାତୀୟ ଏୟାରପୋର୍ଟ ରହିଛି ।

ତା’ପରେ ଚତୁର୍ଥ ସ୍ଥାନରେ ରହିଛି କାନାଡା । ଯେଉଁଠାରେ ୧୪୬୭ ଏୟାରପୋର୍ଟ ରହିଛି । କାନାଡାର ପ୍ରାକୃତିକ ସୁନ୍ଦରତା ଅନୁଭବ କରିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ କାନାଡା ଯାଇଥାଆନ୍ତି । ସେହିପରି ପଞ୍ଚମରେ ଅଛି ରୁଷ । ସେଠାରେ ମୋଟ୍ ୧୨୧୮ ଏୟାରପୋର୍ଟ ରହିଛି । ମସ୍କୋରେ ଗୋଟିଏ ମଧ୍ୟମ ଏବଂ ୨ଟି ବଡ଼ ଏୟାରପୋର୍ଟ ରହିଛି ଯାହା ୮୦ ମିଲିୟନରୁ ଅଧିକ ଯାତ୍ରୀଙ୍କୁ ନିୟନ୍ତ୍ରିତ କରିଥାଏ ।

 

Comments are closed.