Latest Odisha News

BREAKING NEWS

ଏ ଦେଶରେ ନଦୀ ନାହିଁ କି ନାଳ ନାହିଁ ତଥାପି ପାଣିର ଅଭାବ ନାହିଁ

ଚାରିଆଡେ ବାଲି ଆଉ ବାଲି । ଏଠି ନା ନଦୀ ଅଛି, ନା କୌଣସି  ବଡ ପୋଖରୀ । ବର୍ଷା ବି ବର୍ଷକେ ଥରେ ବା ଦୁଇଥର ଆସିଥାଏ । କିନ୍ତୁ ଘଡିକ ପାଇଁ ।  ଏଠି ଚାରିଆଡ ଖାଲି ଶୁଖିଲା ଶୁଖିଲା.. ମରୁସ୍ଥଳ । ହଜାର ହଜର ବର୍ଷ ଧରି ସଉଦୀ ଆରବରେ ଲୋକେ ପାଣି ପାଇଁ ଭୂତଳ ଜଳ ଉପରେ ନିର୍ଭର କରି ଆସୁଛନ୍ତି । ଏବେ ସେହି ଭୂତଳ ଜଳ ମଧ୍ୟ ଶୁଷ୍କ ହୋଇ ଆସିଲାଣି । ଏହାର ପ୍ରଭାବରେ ଯେଉଁ କେତୋଟି କୂଅ ଉପରେ ଲାକେ ନିର୍ଭର କରି ଚଳୁଥିଲେ ତାହା ମଧ୍ୟ ଶୁଖିଗଲାଣି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ଡିସେମ୍ବର-ଜାନୁ୍ଆରୀରେ ଝଡ ତୋଫାନ ସହ ବର୍ଷା ଆସେ । କିନ୍ତୁ ଦିନେ ବା ଦୁଇଦିନ ପରେ ଚାଲିଯାଏ । ଏହା ଭୂତଳ ଜଳ ଉପରେ କୌଣସି ପ୍ରଭାବ ପକାଏ ନାହିଁ । ତେବେ ଏଠି ପ୍ରଶ୍ନ ଉଠେ, ଏଠାରେ ଲୋକେ ପାଣି କେଉଁଠୁ ପାଆନ୍ତି ? ଏଠି ପାଣି କେଉଁଠୁ ଆସେ, କେମିତି ଆସେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେତିକି ନୁହେଁ, ପାଣିର ଅଭାବ ଭିତରେ ବି ଏ ଦେଶ ପାଣିରେ କେତେ ସମୃଦ୍ଧ  ଜାଣିଲେ ବିଶ୍ୱାସ କରି ପାରିବେନି। ପୃଥିବୀରୁ ସବୁଆଡୁ ପାଣି ସରି ଯାଇପାରେ, କିନ୍ତୁ ଏଠି କେବେ ସରିବନି ।  ପାଣି ଖର୍ଚ୍ଚ କରିବାରେ ଏ ଦେଶ ଲୋକ କେବେ ବି କଞ୍ଜୁସୀ କରିବେନି ।

ସଉଦୀ ଦେଶ ତେଲ ବିକି କୋଟି କୋଟି ଟଙ୍କା ପାଉଛି । କିନ୍ତୁ ଏହାର ସବୁଠାରୁ ବଡ ଭାଗ ଖର୍ଚ୍ଚ ହେଉଛି ପାଣି ପାଇଁ । ସମୁଦ୍ରର ଲୁଣିଆ ପାଣିକୁ ବ୍ୟବହାର ଯୋଗ୍ୟ କରିବା ପାଇଁ ରୋଜଗାର ସିଂହଭାଗ ଖର୍ଚ୍ଚ କରିବାକୁ ପଡୁଛି ସରକାରଙ୍କୁ । ଲୁଣିଆ ପାଣିରୁ ବ୍ୟବହାର ଯୋଗ୍ୟ ପାଣି ବାହାର କରିବା ବେଶ ବ୍ୟୟବହୁଳ । ଡିସାଲିନେଶନ ଟେକନିକରେ (desalination technology)ରେ  ପ୍ରତିଦିନ ୪୦.୩୬ ଲକ୍ଷ କ୍ୟୁବିକ  ମିଟର ସମୁଦ୍ରର ପାଣିରୁ ଲୁଣ ବାହାର କରାଯାଇଥାଏ ।  । ତା‘ ପରେ ଏହି ପାଣିକୁ ପିଇବା ଯୋଗ୍ୟ କରାଯାଇଥାଏ । ଏଥିପାଇଁ ଦୈନିକ ୧୦୫ ଲକ୍ଷ ରିଅଲ ଖର୍ଚ୍ଚ କରିବାକୁ ପଡିଥାଏ । ଏଥିସହିତ ଟ୍ରାନ୍ସପୋର୍ଟ ଖର୍ଚ୍ଚ ପ୍ରତି ରିୟଲ ପିଛା ୨ ରିଅଲ । ତେଣୁ ଏଠିକାର ଧନୀ ଲେକାଙ୍କୁ କାଙ୍ଗାଳ କରି ଦେଉଛି ଏଇ ପାଣି ।

ଏଠି କହିରଖିବୁ, ସମୁଦ୍ର ଘେର ଭିତରେ ରହିଛି ସାଉଦି  । ଦୁଇ ପଟେ ଦୁଇ ମହାସାଗର, ପଶ୍ଚିମରେ ଲାଲ ସାଗର ଏବଂ ପୂର୍ବରେ ବଙ୍ଗାଲର ଖାଡି  ଘେରି ରହିଛି ଏହି ଦେଶକୁ । ଏହି ଅଞ୍ଚଳରେ ଅନେକ ଜାଗାରେ ଅଣ୍ଡରଗ୍ରାଉଣ୍ଡ ଜଳଭଣ୍ଡାର ତିଆରି କରାଯାଇଛି । ଏହି କୂଅରେ ପାଣିକୁ ସଂଗ୍ରହ କରି ରଖାଯାଏ । ୫୦ ବର୍ଷ ପୂର୍ବରୁ ଏଠିକା ସରକାର ଏହି ଭୂତଳ କୂଅର ନିର୍ମାଣ କରି ଆସୁଛନ୍ତି । ଯାହା ଫଳରେ ଆଜି ଦେଶରେ ଆଜି ଲୋକେ ଚାଷ ପାଇଁ ହେଉ ବା ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ହେଉ, ଜଳସଙ୍କଟର ସାମ୍ନା କରନ୍ତି ନାହିଁ ।

ଏକ ଅଧ୍ୟୟନରୁ ଜଣାଯାଇଛି, ଆଗାମୀ କିଛି ବର୍ଷ ମଧ୍ୟରେ ସଉଦିଆରବରେ ଭୂତଳ ଜଳ ସମ୍ପୂର୍ଣ୍ଣ ଶେଷ ହୋଇଯିବ  । ତଥାପି ଏଠିକା ଲୋକେ ପାଣି ଖର୍ଚ୍ଚ କରିବାରେ କୌଣସି କଞ୍ଜୁସୀ କରିବେ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହିଦେଶରେ ବ୍ୟକ୍ତି ପିଛା ଜଳ ଖର୍ଚ୍ଚ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ ଅଧିକ  । ଏଠାରେ ଜଣ ପିଛା ଦୈନିକ ୨୬୫ ଲିଟର ପାଣି ଖର୍ଚ୍ଚ କରନ୍ତି ଯାହା ୟୁରୋପିୟ ୟୁନିୟନ ଦେଶ ତୁଳନାରେ ଦୁଇଗୁଣ ଅଟେ । ତେବେ ଏଠିକା ସରକାର ଗତବର୍ଷ ପାଣିର ବ୍ୟବହାର ଉପରେ ଟାକ୍ସ ବଢାଇ ଦେଇଛନ୍ତି । ଏହାଦ୍ୱାରା ବେହିସାବ ପାଣି ଖର୍ଚ୍ଚକୁ ରୋକାଯାଇ ପାରିଛି  ।

 

Leave A Reply

Your email address will not be published.