Latest Odisha News

BREAKING NEWS

ଭୁବନେଶ୍ୱରରେ ଉଦଘାଟିତ ହେଲା ଦେଶର ପ୍ରଥମ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟ

ଭୁବନେଶ୍ୱର: ବର୍ଜ୍ୟବସ୍ତୁ ପରିଚାଳନା ଓ ଅପସାରଣ କ୍ଷେତ୍ରରେ ଇତିହାସ ରଚିଲା ପୂର୍ବତଟ ରେଳପଥ। ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ସରକାରୀ ପ୍ରକଳ୍ପ କାର୍ଯ୍ୟକ୍ଷମ। ପଲିକ୍ରାକ ବୈଷୟିକ ଓ ପ୍ରଯୁକ୍ତି ପ୍ରଣାଳୀ ବ୍ୟବହୃତ । ଭିତ୍ତିପ୍ରସ୍ତର ଠାରୁ କାର୍ଯ୍ୟକ୍ଷମ ପର୍ଯ୍ୟନ୍ତ ମାତ୍ର ତିନି ମାସ ସମୟ ଅବଧିରେ ସମ୍ପୂର୍ଣ୍ଣ ହେଲା ଏହି ପ୍ରକଳ୍ପ ଥରକୁ ୫୦୦ କିଲୋଗ୍ରାମ ବର୍ଜ୍ୟବସ୍ତୁର କାର୍ଯ୍ୟ କ୍ଷମତା ଥିବା ନେଇ ସୂଚନା।

ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ, ଇ-ୱେଷ୍ଟ (ପ୍ରଯୁକ୍ତି ବର୍ଜ୍ୟବସ୍ତୁ) ଗୁଡିକ ହାଲୁକା ଡିଜେଲ ତେଲରେ ରୂପାନ୍ତରିତ ହେବ ଯାହାକି ହାଲୁକା ଜାଳେଣି ପାଇଁ ବ୍ୟବହୃତ ହୋଇ ପାରିବ । ରେଲୱେ ବୋର୍ଡ ରୋଲିଙ୍ଗ ସ୍ଟକ ସଦସ୍ୟ ଶ୍ରୀ ରାଜେଶ ଅଗ୍ରୱାଲଙ୍କ ଦ୍ୱାରା ପୂର୍ବତଟ ରେଳପଥର ମହାପ୍ରବନ୍ଧଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ଉଦଘାଟିତ ହୋଇଛି । ଏଣିକି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିଚାଳନା ଦ୍ୱାରା ପରିବେଶରେ ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ଭୟରୁ ମୁକ୍ତି ମିଳିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ପୂର୍ବତଟ ରେଳପଥ, ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ଠାରେ ବର୍ଜ୍ୟବସ୍ତୁ ରୁ ଉର୍ଜା ସଂରକ୍ଷଣ ପ୍ରକଳ୍ପକୁ ରେଲୱେ ବୋର୍ଡ ରୋଲିଙ୍ଗ ଷ୍ଟକ ମେମ୍ବର ଆଜି ଅପରାହ୍ନରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଓ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି । ତେବେ ଆସନ୍ତୁ ଜାଣିବା କଣ ଏହି ପ୍ରକଳ୍ପ ଓ କିପରି ଏହା କାର୍ଯ୍ୟ କରିବ ।

ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ରକଳ୍ପର ପରିକଳ୍ପନା –

ଭୁବନେଶ୍ୱର ଠାରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ସହିତ ନୂତନ ଭାବେ ସ୍ଥାପିତ ବର୍ଜ୍ୟବସ୍ତୁରୁ ଉର୍ଜା ବା ଇନ୍ଧନ ପ୍ଲାଣ୍ଟ ଭାରତୀୟ ରେଳବାଇରେ ପ୍ରଥମ ଏବଂ ଦେଶରେ ଚତୁର୍ଥ ପ୍ଲାଣ୍ଟ ଯାହାକୁ ପଲିକ୍ରାକ ପଦ୍ଧତି କୁହାଯାଉଅଛି । ଏହା ବିଶ୍ୱର ପ୍ରଥମ ପେଟେଣ୍ଟ ବିଷମ ଉତପ୍ରେରକ ପ୍ରକ୍ରିୟା ଯାହାକି ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁକୁ ହାଇଡ୍ରୋକାର୍ବନ ତରଳ ଇନ୍ଧନ, ଗ୍ୟାସ, କାର୍ବନ ଏବଂ ଜଳରେ ରୂପାନ୍ତରିତ କରିଥାଏ । ରେଳଡବା ମରାମତି କାରଖାନାରୁ ବହୁ ଅଣଲୌହ ଓ ଧାତବ ବର୍ଜ୍ୟବସ୍ତୁ ଉତ୍ପନ ହେଉଛି ଯାହାର ପରିଚାଳନା ପାଇଁ କୌଣସି ପଦ୍ଧତି ନଥିଲା । ଏହା କେବଳ ଯେନତେନ ପ୍ରକାର ଖାଲ ସ୍ଥାନମାନଙ୍କୁ ପୂର୍ଣ୍ଣ କରୁଥିଲା ଯାହାକି ପରିବେଶ ପ୍ରତି ବିପଦପୂର୍ଣ୍ଣ ଥିଲା ।

ବର୍ଜ୍ୟବସ୍ତୁ ସାମଗ୍ରୀ ଯୋଗାଣ –

ଏହି ପଲିକ୍ରାକ ପଦ୍ଧତି ପ୍ଲାଣ୍ଟ ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ, ପେଟ୍ରୋଲଜାତ ଆବର୍ଜନା, ୫୦ ଭାଗ ଆଦ୍ରତା ଥିବା ଅଲଗା ହୋଇନଥିବା ବିଭିନ୍ନ ପ୍ରକାର ଅଳିଆ, ଇ-ୱେଷ୍ଟ, ଗାଡିମଟର ଗୁଡିକର ଆବର୍ଜନା, ଅର୍ଗାନିକ ୱେଷ୍ଟ ସହିତ ବାଉଁଶ ଜାତୀୟ ପଦାର୍ଥ, ବଗିଚା ଗୁଡିକର ବର୍ଜ୍ୟବସ୍ତୁ, ଅନାବନା ବୃକ୍ଷ ଯଥା ଯାଥ୍ରୋପା ଫଳ କିମ୍ବା ଖଜୁରୀ ଜାତୀୟ ଫଳର ଗୋଚ୍ଛା ଗୁଡିକୁ ବ୍ୟବହାର କରି ଉର୍ଜା ବା ଇନ୍ଧନ ସୃଷ୍ଟି କରିପାରିବ ।

ପଲିକ୍ରାକ ପ୍ରଯୁକ୍ତି ବିଜ୍ଞାନର ବୈଶିଷ୍ଟ୍ୟ –

ବହଳିଆ ପଦାର୍ଥକୁ ବିଶୋଧନ ପାଇଁ ଏବେ ବ୍ୟବହୃତ କରାଯାଉଥିବା ପ୍ରକ୍ରିୟା ଠାରୁ ପଲିକ୍ରାକ ପଦ୍ଧତିର ସୁବିଧା ଗୁଡିକ ହେଲା –

ଏହି ପ୍ରଣାଳୀରେ ମିଶ୍ରିତ ବର୍ଜ୍ୟବସ୍ତୁ ଗୁଡିକୁ ଅଲଗା ଅଲଗା କରିବା ଦରକାର ପଡ଼େନି ।ମିଶ୍ରିତ ବର୍ଜ୍ୟବସ୍ତୁ କୁ ପଲିକ୍ରାକ ପ୍ଲାଣ୍ଟ ରେ ସିଧାସଳଖ ପ୍ରକ୍ରିୟାକରଣ କରାଯିବ ।

ଏହା ଉଚ୍ଚ କ୍ଷମତା ସମ୍ପନ୍ନ ହୋଇଥିବାରୁ ବହଳିଆ ବର୍ଜ୍ୟବସ୍ତୁ ଗୁଡିକୁ ଶୁଖାଇବା ଦରକାର ନାହିଁ।

ବର୍ଜ୍ୟବସ୍ତୁ ଗୁଡିକୁ ପ୍ରକ୍ରିୟାକରଣ କରାଯାଇ ୨୪ ଘଣ୍ଟା ମଧ୍ୟରେ ଇନ୍ଧନ ସୃଷ୍ଟି କରାଯାଇଥାଏ ।

ଏହା ଏକ ସଂଲଗ୍ନ ୟୁନିଟ ଅଟେ ଯାହାଦ୍ୱାରା କାର୍ଯ୍ୟକରିବା ସମୟରେ ଧୂଳି ବାତାବରଣ ସୃଷ୍ଟି ହୋଇନଥାଏ ଏବଂ ପ୍ଲାଣ୍ଟ ନିକଟରେ ଭଲ ସ୍ୱାସ୍ଥ୍ୟକର ପବନର ପରିବେଶ ଥାଏ ।

ଏହି ପ୍ଲାଣ୍ଟ ରେ ଜୈବିକ ଅପଶିଷ୍ଟ ବାହାରିନଥାଏ ଏବଂ ବର୍ଜ୍ୟବସ୍ତୁ ଯେଉଁଭଳି ଆସିଥାଏ ସେଭଳି ବାହାରିଯାଇଥାଏ ।

ପ୍ଲାଣ୍ଟ ର ଆକାର ଛୋଟ ହୋଇଥିବାରୁ ଏହା ବଡ ଜାଗା ଦରକାର କରିନଥାଏ।

ସମସ୍ତ ଅବୟବ ତତ୍ୱ ଉର୍ଜାରେ ପରିବର୍ତ୍ତନ ହୋଇଥାଏ ଏବଂ ଏହା ଶୂନ୍ୟ ନୀରବହୀନ ପ୍ରକ୍ରିୟା ସୃଷ୍ଟି କରିଥାଏ।

ଏହି ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ଗ୍ୟାସର ଉପଯୋଗ ପ୍ରଣାଳୀକୁ ଇନ୍ଧନ ପାଇଁ କାର୍ଯ୍ୟକାରୀ କରାଇଥାଏ ଯାହାଦ୍ୱାରା ଏହା ଉର୍ଜାର ଆବଶ୍ୟକତାକୁ ପୂରଣ କରି ପରିଚାଳନାରେ ଖର୍ଚ୍ଚ ହେଉଥିବା ଇନ୍ଧନ ଖର୍ଚ୍ଚକୁ କମ କରାଇଥାଏ ।

ଫୋରକମ୍ବରସନ ଗ୍ୟାସ ଗୁଡିକୁ ଛାଡି ଅନ୍ୟ ପାରମ୍ପରିକ ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ବାୟୁମଣ୍ଡଳୀୟ ପ୍ରଦୂଷଣ ଏହାଦ୍ୱାରା ହୋଇନଥାଏ ଏବଂ ଏହା ବିଶ୍ୱରେ ପ୍ରଚଳିତ ପ୍ରଦୂଷଣ ମାନଦଣ୍ଡ ମଧ୍ୟରେ କାର୍ଯ୍ୟ କରିଥାଏ ।

ଅନ୍ୟ ବିକଳ୍ପ ୪୫୦ ଡିଗ୍ରୀ ପର୍ଯ୍ୟନ୍ତ ସଞ୍ଚାଳିତ ହେଉଥିବା ବେଳେ ଏହା କମ ତାପମାତ୍ରାରେ ସଞ୍ଚାଳିତ ହୋଇଥାଏ ।

ଅନ୍ତର୍ନିହିତ ସୁରକ୍ଷା ସୁବିଧା ସହିତ ଏହା ସହଜରେ ଅଣକୁଶଳୀ କାରିଗର ଦ୍ୱାରା ମଧ୍ୟ ସଞ୍ଚାଳିତ ହୋଇପାରିବ।

ଏହା ଦ୍ୱାରା କମ ଖର୍ଚରେ ବର୍ଜ୍ୟବସ୍ତୁର ପରିଚାଳନା କରାଯାଇଥାଏ ।

ଏହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ପରିଚାଳନା ପାଇଁ କମ ଲୋକ ଦରକାର କରିଥାଏ ।

ବ୍ୟବହୃତ ପ୍ରଣାଳୀ –

ଏହାର ପ୍ରକ୍ରିୟା ଏକ ବନ୍ଦ ଲୁପ ପ୍ରଣାଳୀ ଏବଂ ଏହା କୌଣସି ମାରାତ୍ମକ ପ୍ରଦୁଷଣ ବାହାରକୁ ଛାଡ଼ିନଥାଏ । ଦହନଶୀଳ, ଅଣ-ଘନୀଭୂତ ପ୍ରଣାଳୀକୁ ପୂର୍ଣ୍ଣ ପ୍ରକ୍ରିୟାକରଣ କରାଇ ପୁନଃ ବ୍ୟବହାର କ୍ଷମ କରାଇଥାଏ। ଦହନରୁ ଉତ୍ସର୍ଗୀକୃତ ନିର୍ଧାରିତ ପର୍ଯାବରଣ ମାନଦଣ୍ଡ ଠାରୁ ଏଥିରେ କାର୍ଯ୍ୟକାରିତା କରାଯାଏ। ଏହି ପ୍ରକ୍ରିୟା ଉର୍ଜାକୁ ସ୍ୱଳ୍ପ ଇନ୍ଧନ ତୈଳରେ ଉତ୍ପାଦିତ କରିଥାଏ ଯାହାର ଉପଯୋଗ ଲାଇଟ ଫରନେଶ ମାନଙ୍କରେ କରାଯାଇଥାଏ । ଏହି ପ୍ରଣାଳୀ ବିଭିନ୍ନ କ୍ଷେତ୍ରରେ ବହୁ ପୁରସ୍କାର ଗ୍ରହଣ କରିଛି ।

ପୁରସ୍କାର ଓ ସ୍ୱୀକୃତି

ଏହି ପ୍ରଣାଳୀ ୨୦୦୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ ବହୁବାର ପୁରସ୍କୃତ ହୋଇଆସୁଅଛି ।ଏଥି ମଧ୍ୟରୁ ଲକହିଦ ମାର୍ଟିନ, ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ସହିତ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ପୁରସ୍କୃତ ହୋଇଆସୁଥିବାବେଳେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ମଧ୍ୟ ଏହାକୁ ପୁରସ୍କୃତ କରାଯାଇଅଛି ।

ଭୁବନେଶ୍ୱରର ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଠାରେ ବର୍ଜ୍ୟବସ୍ତୁ ରୁ ଶକ୍ତି ଉତ୍ପାଦନ ପ୍ରକଳ୍ପ –

ବର୍ଜ୍ୟବସ୍ତୁରୁ ଉର୍ଜା ପ୍ଲାଣ୍ଟକୁ ମାତ୍ର ୦୩ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯାଇଛି ବୋଲି ରେଳବାଇ ସୂତ୍ରରୁ ପ୍ରକାଶ କରାଯାଇଅଛି ଏବଂ ଏହା ଜାନୁୟାରୀ ୨୦୨୦ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଧାର୍ଯ୍ୟ ସମୟ ଥିଲା। ଏହି ପଲିକ୍ରାକ ପ୍ଲାଣ୍ଟ ପାଇଁ ପ୍ରାୟ ୦୨ କୋଟି ତାଙ୍କ ବ୍ୟୟ କରାଯାଇଅଛି । ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା, ଭୁବନେଶ୍ୱର ଷ୍ଟେସନ ଠାରେ ଥିବା କୋଚିଂ ଡିପୋ ସହିତ ଷ୍ଟେସନର ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଏହି ପ୍ଲାଣ୍ଟ ଦ୍ୱାରା ପ୍ରକ୍ରିୟାକରଣ ହେବ ।

ବର୍ଜ୍ୟବସ୍ତୁ ରୁ ଶକ୍ତି ଉତ୍ପାଦନ ପ୍ରକଳ୍ପର ସବିଶେଷ ବିବରଣୀ –

ଭାରତୀୟ ରେଳବାଇରେ ଏହି ପ୍ଲାଣ୍ଟ ପ୍ରଥମଥର ପାଇଁ କାର୍ଯ୍ୟକ୍ଷମ କରାଯାଉଥିବାବେଳେ ଦେଶରେ ଏହା ଚତୁର୍ଥ ପ୍ଲାଣ୍ଟ ଅଟେ। ୨୦୧୧ ମସିହାରେ ବାଙ୍ଗାଲୋର ସ୍ଥିତ ଇନ୍ଫୋସିଟି ଠାରେ ଦୈନିକ ୫୦ କି.ଗ୍ରା. ବର୍ଜ୍ୟବସ୍ତୁ ପରିଚାଳନା ବିଶିଷ୍ଟ ଦେଶର ପ୍ରଥମ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଥିବାବେଳେ ଦିଲ୍ଲୀ ର ମୋତୀବାଗ ଠାରେ ୨୦୧୪ ମସିହାରେ ଦେଶର ଦ୍ଵିତୀୟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଅଛି ଯାହାର ଉପଯୋଗୀ କ୍ଷମତା ଥରକୁ ୫୦ କି.ଗ୍ରା. ବର୍ଜ୍ୟବସ୍ତୁ ପରିଚାଳନା କରିପାରିବ ।

ସେହିପରି ୨୦୧୯ ମସିହାରେ ହିଣ୍ଡାଲ୍କୋ ଦ୍ୱାରା ତୃତୀୟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଅଛି ଯାହାର ବର୍ଜ୍ୟବସ୍ତୁ ପରିଚାଳନା ଉପଯୋଗୀ କ୍ଷମତା ଥରକୁ ୫୦ କି.ଗ୍ରା. ଥିବା ବେଳେ ପୂର୍ବତଟ ରେଳପଥରେ କରାଯାଇଥିବା ପ୍ଲାଣ୍ଟ ଥରକୁ ୫୦୦ କି.ଗ୍ରା. ବର୍ଜ୍ୟବସ୍ତୁ ମଧ୍ୟ ପରିଚାଳନା କ୍ଷମତା ରଖିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଅଛି । ଏଥିପାଇଁ ବାର୍ଷିକ ୧୦.୪ ଲକ୍ଷ ଟଙ୍କା ପରିଚାଳନା ବାବଦରେ ଖର୍ଚ ହେବାକୁ ଥିବା ବେଳେ ୧୭.୫ ଲକ୍ଷ ଟଙ୍କା ଆୟ କରିବାର ଯୋଜନା ରହିଛି ।

Comments are closed.