Latest Odisha News

BREAKING NEWS

ପୂର୍ବତନ କ୍ରିକେଟର ଆଝାରୁଦ୍ଦିନଙ୍କ ନାମରେ ଏଫଆଇଆର

ଭୁବନେଶ୍ୱର: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁ୍‌ଦ୍ଦିନଙ୍କ ନାମରେ ଔରଙ୍ଗାବାଦରେ ଏଫଆଇଆର ରୁଜୁ କରାଯାଇଛି । ଆଝାରୁଦ୍ଦିନଙ୍କ ସମେତ ଅନ୍ୟ ୩ଜଣଙ୍କ ନାମରେ ୨୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି ।

ଏକ ଟ୍ରାଭେଲ ଏଜେନ୍ସି ଏହି ଗୁରୁତର ଅଭିଯୋଗ ଆଣିଛି । ଆଝାର କହିଛନ୍ତି ମୋ ନାମରେ ଏହା ମିଥ୍ୟା ଅଭିଯୋଗ ।

“ଏଥିରେ କୌଣସି ସତ୍ୟତା ନାହିଁ । ମୁଁ ଟ୍ରାଭେଲ ଏଜେନ୍ସିର ମାଲିକ ମହମ୍ମଦ ଶାଦବଙ୍କ ନାମରେ ମାନହାନି ମୋକଦ୍ଦମା କରିବି” ବୋଲି ଆଝାର କହିଛନ୍ତି । “ଘଟଣାର ତଦନ୍ତ ପୋଲିସ କରୁଛି । ରିପୋର୍ଟ ମୁତାବକ ଆଝାର ଏବଂ ତାଙ୍କ ସହଯୋଗୀ ଉପରୋକ୍ତ ଟ୍ରାଭେଲ ଏଜେନ୍ସିକୁ ୩ଟି ଚେକ୍ ଦେଇଥିବା କଥା କହିଛନ୍ତି । ମାତ୍ର ଏଜେନ୍ସି ଉକ୍ତ ଚେକ୍ ପାଇ ନାହାନ୍ତି” ବୋଲି କହିଛନ୍ତି ।

Leave A Reply

Your email address will not be published.