Latest Odisha News

BREAKING NEWS

ପ୍ରବଳ ବର୍ଷାରେ କାନ୍ଥ ଭାଙ୍ଗି ୩ ମୃତ, ଜଣେ ଆହତ

ରାୟଗଡ଼ା: ଓଡ଼ିଶାର ଦୁଇଟି ସ୍ଥାନରେ ପ୍ରବଳ ବର୍ଷାରେ କାନ୍ଥ ଭାଙ୍ଗିଯାଇ ଶନିବାର ସକାଳେ ୩ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି ।

ପ୍ରଥମ ଘଟଣାଟି ଘଟିଛି ରାୟଗଡ଼ାରେ, ଦୁଇଜଣ ଦମ୍ପତି ଶୋଇଥିଲା ବେଳେ ତାଙ୍କ ଉପରେ ଘରର ମାଟି କାନ୍ଥ ଭାଙ୍ଗି ପଡ଼ିବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିମାନେ ହେଲେ ରାୟଗଡ଼ାରର ମାଧବ ଲୋୟା ଓ ତାଙ୍କ ପତ୍ନୀ ଦଶମନ୍ତି ଲୋୟା ।

ସୂତ୍ରରୁ ପ୍ରକାଶ ରାତିରେ ପ୍ରବଳ ବର୍ଷା ଯୋଗୁଁ ସକାଳେ କାନ୍ଥ ଭାଙ୍ଗି ତାଙ୍କ ଉପରେ ପଡ଼ିଯାଇଥିଲା । ଏହି ଘଟଣା ଦୁହେଁ ଘରେ ଶୋଇଥିବା ଅବସ୍ଥାରେ ହିଁ ଘଟିଥିଲା, ଏଥିରେ ତାଙ୍କର ପୁଅ ଗୁରତର ଆହତ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସେହିପରି ଅନ୍ୟ ଏକ ଘଟଣାରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପିଟାଗୁଡ଼ା ଗ୍ରାମରେ ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କ ଉପରେ କାନ୍ଥ ଧସିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.