Latest Odisha News

BREAKING NEWS

ବିରୋଧିଙ୍କ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା: ଆସ୍ଥା ଭୋଟରେ ମୋଦିଙ୍କ ସରକାର ଜିତିଲା, ସରକାରଙ୍କ ସପକ୍ଷରେ ୩୨୫, ବିପକ୍ଷରେ ୧୨୬

ନୂଆଦିଲ୍ଲୀ : କେନ୍ଦ୍ରର ଏନଡ଼ିଏ ସରକାର ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ମତଦାନରେ ସଂସଦର ଆସ୍ଥା ଭାଜନ ହୋଇ ବିଜୟ ଲାଭ କରିଛି । ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ଟି ଭୋଟ ମିଳିଥିବା ବେଳେ ଅନାସ୍ଥା ବିରୋଧରେ ୩୨୫ ଖଣ୍ଡ ଭୋଟ ମିଳିଛି । ସଂସଦର ଲୋକସଭା ସଦନରେ ଦୀର୍ଘ ୧୨ ଘଣ୍ଟାର ଆଲୋଚନାର ପରିସମାପ୍ତି ଘଟିଛି । ସଂସଦର ଆସ୍ଥା ଭାଜନ ହୋଇପାରିଛି ମୋଦିଙ୍କ କେନ୍ଦ୍ର ସରକାର ।

ଶୁକ୍ରବାର ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବର ଆଲୋଚନାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାରକୁ କଡ଼ା ସମାଲୋଚନା କରିଥିଲେ । ରାହୁଲ ଗାନ୍ଧୀ ତାଙ୍କ ବକ୍ତବ୍ୟ ଶେଷ କରି ମୋଦିଙ୍କ ଚେୟାର ଆଡ଼କୁ ଯାଇ ମୋଦିଙ୍କୁ ତଳକୁ ନଇପଡ଼ି ଆଲିଙ୍ଗନ କରିଥିଲେ । ଏହି ଦୃଶ୍ୟ ଗୃହରେ ବେଶ୍ ହାସ୍ୟରୋଳ ସୃଷ୍ଟି କରିଥିଲା । ତେବେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସାରଗର୍ଭକ ଭାଷଣରେ ସମସ୍ତଙ୍କୁ ଚମତକୃତ କରିଦେଇଥିଲେ । ସେ ରାହୁଲ ଗାନ୍ଧୀ, କଂଗ୍ରେସ ଦଳ ଓ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଭାଷଣରେ ସମାଲୋଚନା କରିବାକୁ ପଛାଇନଥିଲେ । ଅନାସ୍ଥା ପ୍ରସ୍ତାବ ଆଣିଥିବା ଟିଡ଼ିପିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟ ଛାଡ଼ିନଥିଲେ ।

୪୫୧ ସଦସ୍ୟ ଥିବା ଗୃହରେ ସରକାରଙ୍କ ସପକ୍ଷରେ ୩୨୫ଟି ଭୋଟ ଏବଂ ବିପକ୍ଷରେ ୧୨୬ଟି ଭୋଟ ମିଳିଥିଲା ।

ପ୍ରଥମେ ବିଜୁ ଜନତା ଦଳ ମତଦାନରୁ ବିରତ ରହି କକ୍ଷତ୍ୟାଗ କରିଥିଲା । ବିଜେପିର ସହଯୋଗୀ ଦଳ ଶିବସେନା ଓ ତେେଲେଙ୍ଗାନାର ଶାସକ ଟିଆରଏସ ଦଳ ମଧ୍ୟ ଭୋଟ ଦାନରୁ ବିରତ ରହିଥିଲେ । ତେବେ ତାମିଲନାଡୁର ଏଆଇଏଡ଼ିଏମକେ ସରକାରଙ୍କ ସପକ୍ଷରେ ମତଦାନ କରିଥିଲା ।

ଆଗତ ଅନାସ୍ଥା ପ୍ରସ୍ତାବରେ କେନ୍ଦ୍ର ସରକାରଙ୍କ ବିଜୟ ହାସଲ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ବିଜେଡ଼ି ଓ ଟିଆରଏସ ଦ୍ୱାରା ବିରୋଧି ମେଣ୍ଟଭାଙ୍ଗି ଯାଇଛି । ଶିବସେନା ଆମକୁ ସମର୍ଥନ କରିଛି ଏବଂ ଏଆଇଏଡ଼ିଏମକେ ଆମକୁ ଭୋଟ ଦେଇଛନ୍ତି ।

Leave A Reply

Your email address will not be published.