Latest Odisha News

ରୋଗ ଦୂର ପାଇଁ ଦମ୍ପତ୍ତି ନିଜ ସନ୍ତାନ ସହ ଘଟାଇଲେ ଛାତିଥରା କାଣ୍ଡ…

ଲକ୍ଷ୍ନୌ: ୟୁପିର ମୁଜଫରନଗର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ରୋଗର ଚିକିତ୍ସା ପାଇଁ ତାନ୍ତ୍ରିକଙ୍କ ପରାମର୍ଶରେ ନିଜର ଏକ ମାସର ଶିଶୁ କନ୍ୟାକୁ ବଳିଦେବାକୁ ପଛାଇଲେନି ଜନ୍ମକଲା ବାପାମାଆ । ଘଟଣାରେ ପୋଲିସ ଦମ୍ପତିଙ୍କୁ ଗିରଫ କରିଛି ।

ବୁଧବାର ରାତିରେ ଭୋପା ପୋଲିସ ଷ୍ଟେସନ ଅଞ୍ଚଳର ବେଲଦା ଗ୍ରାମରେ ଗୋପାଳ କଶ୍ୟପ ଏବଂ ତାଙ୍କ ପତ୍ନୀ ମମତାଙ୍କୁ ନିଜ ଝିଅ ହତ୍ୟା ମାମଲାରେ ଗିରଫ କରାଯାଇଛି ବୋଲି ଅତିରିକ୍ତ ପୋଲିସ ଅଧୀକ୍ଷକ (ଗ୍ରାମୀଣ ଅଞ୍ଚଳ) ଆଦିତ୍ୟ ବଂଶଲ କହିଛନ୍ତି । ପଚରାଉଚରା ବେଳେ ଦୁହେଁ ଏକ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ ଏକ ମାସର ଶିଶୁ କନ୍ୟାକୁ ହତ୍ୟା କରିଥିବା ଅପରାଧ ସ୍ୱୀକାର କରିଥିଲେ ।

ପଚରାଉଚରା ବେଳେ ଏହା ଜଣାପଡିଥିଲା ​​ଯେ, ମମତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ସେ ଯଦି ତାଙ୍କ ରୋଗରୁ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ ନିଜର ଏକ ମାସର ଶିଶୁ କନ୍ୟାକୁ ବଳି ଦେବାକୁ ତାନ୍ତ୍ରିକ ତାଙ୍କୁ ପରାମର୍ଶ ଦେଇଥିଲା । ଏହା ଉପରେ ଦମ୍ପତି ଶିଶୁ କନ୍ୟାକୁ ବଳିଦାନ ଦେଇ ତାଙ୍କ ଶରୀରକୁ ଜଙ୍ଗଲରେ ଲୁଚାଇ ରଖିଥିଲେ ।

ମଙ୍ଗଳବାର ଦିନ ଏହି ଦମ୍ପତି ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇଥିଲେ । ସେଠାରେ ତାନ୍ତ୍ରିକ ରୀତିନୀତି ଅନୁସାରେ ଶିଶୁ କନ୍ୟାକୁ ବଳି ଦେଇ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଫେରି ଆସିଥିଲା ।

ଯେତବେଳେ ଦମ୍ପତ୍ତିଙ୍କର ପଡୋଶୀ ଶିଶୁ କନ୍ୟାଟିର ନିଖୋଜ ହେବା ନେଇ ସନ୍ଦେହ କରି ପୋଲିସରେ ସୂଚନାଦେଇଥିଲେ ସେବେ ଏହି ଘଟଣା ସାମ୍ନାକୁ ଆସିଥିଲା । ଖବରପାଇ ପୋଲିସ ତଦନ୍ତ ପରେ ସମସ୍ତ ସତ୍ୟ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଗିରଫ କରିବା ସହ ତାନ୍ତ୍ରିକକୁ ଧରିବାକୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

Leave A Reply

Your email address will not be published.