ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ରେଳଷ୍ଟେସନ ଗାନ୍ଧୀଧାମ-ପୁରୀ ଟ୍ରେନରେ ଚାଞ୍ଚଲ୍ୟ । ଚଳନ୍ତା ଟ୍ରେନରେ ଦୁଇ ଯାତ୍ରୀଙ୍କ ତଣ୍ଟି କାଟିଦେଲେ ଦମ୍ପତ୍ତି । ଟ୍ରେନରେ କିଛି ଘଟଣାକୁ ନେଇ ଆରମ୍ଭ ହୋଇଥିବା ଗଣ୍ଡଗୋଳ କ୍ରମଶଃ ରକ୍ତପାତର ରୂପ ନେଇଥିଲା । ଯାହାକୁ ନେଇ ଦମ୍ପତ୍ତି ଏକ ବ୍ଲେଡରେ ଦୁଇ ଜଣ ଯାତ୍ରୀଙ୍କ ତଣ୍ଡି କାଟି ଦେଇଛନ୍ତି । ଆହତଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗୁରୁତର ଯାତ୍ରୀ ଦୁଇଜଣ ନାଗେଶ୍ବର ବେହେରା ଏବଂ ବି.ଚନ୍ଦ୍ରଶେଖର ରାଓ ବୋଲି ଜଣାପଡିଛି । ଜଣଙ୍କର ଘର ବ୍ରହ୍ମପୁର ହୋଇଥିବାବେଳେ ଅନ୍ୟ ଜଣଙ୍କ ଘର ଆନ୍ଧ୍ରରେ ବୋଲି ଜଣାପଡିଛି । ନାଗେଶ୍ବର ଓ ଚନ୍ଦ୍ରଶେଖରଙ୍କ ସମେତ ଉକ୍ତ ଦମ୍ପତ୍ତି ବି ଟ୍ରେନର ଗୋଟିଏ ବଗିରେ ବସିଥିଲେ । ସିଟକୁ ନେଇ ପାଟିତୁଣ୍ଡ ହୋଇଥିବା ଜଣାପଡିଛି । ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଏବଂ ଅଭିଯୁକ୍ତ ଚଗଲା ଏବଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ।
Comments are closed.