Latest Odisha News

BREAKING NEWS

ଭାଷା ଭାଗବତ : କାଳାଧୀନ ମଣିଷ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଅତୀତ ଆଉ ଭବିଷ୍ୟତ
ବର୍ତମାନରେ ସମାହିତ
ସ୍ମୃତି ଓ ସ୍ବପ୍ନ ହୋଇ ଯୁକ୍ତ
କରଂତି ବିଶ୍ବକୁ ଉନ୍ନତ

ଯେଉଁ କାଳରେ କରୁଁ ବାସ
ତହିଁର ବିଷାଦ, ଉଲ୍ଲାସ
ସହିତ କାଂଦ ଆଉ ହସ
ଯୋଗାଏ ଆମକୁ ସାହସ

କଲେ ଅତୀତ କୀର୍ତିଗାନ
ଦେଖିଲେ ଅବାସ୍ତବ ସ୍ବପ୍ନ
ତହିଁର ସ୍ପଷ୍ଟ ରୂପାୟଣ
କରଂତିନାହିଁ ଜନଗଣ

କାଳକୁ କରି ଭାଗ ଭାଗ
ମିଳୁନି କାହାକୁ ସୁଯୋଗ
ତେବେ ବି କାଳର ବଂଧନ
ଯୋଗୁଁ ଅସ୍ଥିର ଦେହ, ମନ

ବ୍ୟକ୍ତି ହୋଇଲେ ଦ୍ବିଖଂଡିତ
ଦୋଳାୟମାନ ହୁଏ ଚିତ୍ତ
ମନରେ ପୂରିଥିଲେ ଦ୍ବିଧା
ହୁଏ ଅନେକ ଅସୁବିଧା

ଏ ସବୁ କରିଲେ ବିଚାର
ଉନ୍ନତ ହେବ ଏ ସଂସାର
ମଣିଷ ଜନ୍ମତଃ ସ୍ବାଧୀନ
କିପାଇଁ ହେବ ପ୍ରଥାଧୀନ

ଅଗୃହୀତ ହେବାର ଭୟ
ଯାହାକୁ କରୁଛି ଅଥୟ
ସେ ହୁଏ ଅତି ଡରକୁଳା
ନିଜେ ବୁଡ଼ାଏ ନିଜ ଭେଳା

Leave A Reply

Your email address will not be published.