Latest Odisha News

BREAKING NEWS

ପୁରୀ ହୋଟେଲରେ ବିଷ ପିଇ ଦେଲେ ପ୍ରେମୀଯୁଗଳ

ପୁରୀ : ପୁରୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପୁରୀର ଏକ ହୋଟେଲରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ | ସିଟି ରୋଡ଼ ସ୍ଥିତ ଘରୋଇ ହୋଟେଲରେ  ଘଟିଛି ଏ ଘଟଣା | ଉଭୟ ବିଷ ପାନ କରିଥିବା ସୂଚନା | ଉଭୟଙ୍କୁ ହୋଟେଲ କର୍ତ୍ତୃପକ୍ଷ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି | ତେବେ ପ୍ରେମିକର ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ତାକୁ କଟକ ରେଫର କରାଯିବା ନେଇ ସୂଚନା ମିଳିଛି |ବର୍ତ୍ତମାନ ସୁଦ୍ଧା ପ୍ରେମୀଯୁଗଳଙ୍କ ପରିଚୟ ମିଳିନଥିବା ବେଳେ ଏନେଇ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି  ।

Leave A Reply

Your email address will not be published.