କଥାରେ ଅଛି, ପ୍ରେମ ପାଇଁ ଜାନ୍ କୁରବାନ୍ । ଅର୍ଥାତ୍ ପ୍ରେମ ପାଇଁ ଅନେକ ସମୟରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥାନ୍ତି ପ୍ରେମୀ ଯୁଗଳ । ଏମିତି ଅନେକ ଉଦାହରଣ ଅଛି ଯେଉଁଠି ପ୍ରେମ ପାଇଁ ବା ନିଜ ପ୍ରେମର ପରାକାଷ୍ଠା ଦେଖାଇବା ପାଇଁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରେମୀଯୁଗଳ ଯାଇପାରିଥାନ୍ତି । ସେହିଭଳି ନିଜ ଭିତରେ ଥିବା ପ୍ରେମର ଗଭୀରତା କେତେ ତାହା ପ୍ରମାଣିତ କରିବା ପାଇଁ କିଛି ଭିନ୍ନ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନୀ ପ୍ରେମୀଯୁଗଳ । ବାସ୍ତବରେ ସେମାନେ ଦମ୍ପତ୍ତି ମଧ୍ୟ । ପରସ୍ପରକୁ ବିଭିନ୍ନ ସମୟରେ ପଠାଇଥିବା ହ୍ୱାଟସ୍ଆପ୍ ମେସେଜକୁ ନିଜ ଦେହରେ ଟାଟୁ କରି ନିଜ ପ୍ରେମର ଗଭୀରତାକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା ହେଉଛି ।
ପାକିସ୍ତାନର ରାଜଧାନୀ ଇସ୍ଲାମାବାଦ ବାସିନ୍ଦା ଅର୍ଫାନ ଏବଂ ତାଙ୍କ ପ୍ରେମିକା ସେରାଟ । ପରସ୍ପରକୁ ଭଲ ପାଇବା ପରେ ସେମାନେ ଦମ୍ପତ୍ତି ଭାବେ ବାସ କରୁଛନ୍ତି । ତେବେ ନିଜ ହାତରେ ଟାଟୁ କରି ସେମାନେ ଆଜିକାଲି ଚର୍ଚ୍ଚାକୁ ଆସିଛନ୍ତି । ଉଭୟ ପରସ୍ପରକୁ ଭଲପାଇବା ସମୟରେ ପଠାଇଥିବା ସୁନ୍ଦର ଓ ସାରଗର୍ଭକ ମେସେଜକୁ ନିଜ ଦେହରେ ଟାଟୁ ଆକାରରେ ଉତାରିଛନ୍ତି । ଉଭୟ ନିଜ ନିଜ ସମ୍ବନ୍ଧୀୟ ଏସ୍ଏମ୍ଏସ୍କୁ ଟାଟୁ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
Comments are closed.