ଆଗକୁ ଆସୁଛି ହୋଲି । ହୋଲି ହେଉଛି ବନ୍ଧୁତା ଏବଂ ସମ୍ପର୍କର ପର୍ବ । ଚଳିତ ବର୍ଷ ହୋଲି ପର୍ବକୁ ନିଆରା ଢଙ୍ଗରେ ପାଳିବାକୁ ଯାଉଛି ହେଲ୍ପ ହ୍ୟାଣ୍ଡସ୍ ଫାଉଣ୍ଡେସନ୍ । ସ୍ୱାସ୍ଥ୍ୟକର ଓ ହର୍ତ୍ସଉଲ୍ଲାସରେ ହୋଲି ପାଳନ ପାଇଁ ଆୟୋଜନ କରୁଛି ‘ଫଲ୍ ରସିଆ’ ନାମକ ଏକ କାର୍ଯ୍ୟକ୍ରମ । କ୍ଷତିକାରକ ରାସାୟନିକ ପଦାର୍ଥରେ ମିଶ୍ରିତ ରଙ୍ଗ ବଦଳରେ ଅର୍ଗାନିକ୍ ଫଳର ପ୍ରାକୃତିକ ରଙ୍ଗ ସହିତ ହୋଲି ପାଳନ କରିବେ । ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ବ୍ଲୁ ସ୍ପ୍ଲାସ୍ ୱାଟରପାର୍କ କ୍ୟାମ୍ପସରେ ଅନୁଷ୍ଠିତ ହେବ । ଏଥିରେ ବଲିଉଡ କଳାକାର ତଥା ବିଗ୍ ବସ୍ ବିଜେତା ତେଜସ୍ୱୀ ପ୍ରକାଶ, ଏଲଏସଡି ଗାର୍ଲସ ବ୍ୟାଣ୍ଡ, ଡିଜେ ଏବଂ ଓଲିଉଡ୍ର ଅଭିନେତ୍ରୀ ପ୍ରିୟା ଚୌଧୁରୀ, ସୁପ୍ରିୟା ନାୟକ, ସସ୍ମିତା ପଣ୍ଡା, ମନସ୍ୱିନୀ, କୁକିଜ୍, ଗୁଡୁ, ଅଭିଜିତ୍ ଦାଶ ଓ ଅନ୍ୟମାନେ ମଧ୍ୟ ସାମିଲ୍ ହେବେ । ଏହି କାର୍ଯ୍ୟକ୍ରମରେ ଏଥିନିକ୍ ଫ୍ୟାଶନ୍ ସୋ\’ ବ୍ୟତୀତ ପାରମ୍ପରିକ ଓଡିଆ ଖାଦ୍ୟ, ଡିଜେ, ମ୍ୟୁଜିକ୍, ବ୍ୟାଣ୍ଡ, ଗେମ୍ସ, କମେଡି ଏବଂ ଅନ୍ୟାନ୍ୟ ମନୋରଞ୍ଜନର ବ୍ୟବସ୍ଥା ହୋଇଛି । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରୁଛନ୍ତି ‘ଗ୍ଲାମର୍ ୭୭’ ର ସଞ୍ଜୟ ମହାକୁଡ଼, ହେଲ୍ପ ହ୍ୟାଣ୍ଡସ ଫାଉଣ୍ଡେସନର ରୁଦ୍ର ନାରାୟଣ ବେହେରା, ୱାଟର ପାର୍କ ର ମ୍ୟାନେଜିଙ୍ଗ ଡାଇରେକ୍ଟର ରାଜୀବ ପୂଜାରୀ, ମିଡିଆ ପ୍ଲାନର୍ ର ପ୍ରଣୟ ଜେଠୀ ଏବଂ ଡାକ୍ତର ଉପାସନା ମହାନ୍ତି ।
BREAKING NEWS
- ଟେମ୍ବା ବାଭୁମାଙ୍କ କ୍ୟାପ୍ଟେନସିପ୍ରେ ପ୍ରଥମ ଟେଷ୍ଟ ପରାଜୟ: ଦକ୍ଷିଣ ଆଫ୍ରିକାକୁ ୨୧୪ ରନ୍ରେ ହରାଇଲା ଅଷ୍ଟ୍ରେଲିଆ
- ନ୍ୟୁୟର୍କରେ ପ୍ରବାସୀ ବାଂଲାଦେଶୀଙ୍କ ଆକ୍ରୋଶର ଶିକାର ହେଲେ ନୋବେଲ ବିଜେତା ୟୁନୁସ
- Sona Mohapatra To Rahul: ଗଣତନ୍ତ୍ରରେ ସଂସ୍କାର ପୂର୍ବରୁ ହିମାଚଳ ସ୍ଥିତି ସୁଧାରନ୍ତୁ
- Hero Asian Champions Trophy Punjab-2026: ଭାରତୀୟ ପୁରୁଷ ଦଳ ଘୋଷଣା
- Campus Polls: ଛାତ୍ରଙ୍କୁ ଡରୁଛି କି ବିଜେପି ସରକାର? ନିର୍ବାଚନ ପୂର୍ବରୁ BJDର ସାଂଘାତିକ ଅଭିଯୋଗ, କ୍ୟାମ୍ପସରେ ବଢ଼ୁଛି ଉତ୍ତେଜନା!
- Tea Thieves: ଚୀନ୍ରୁ ଚା’ ଚୋରି କରି ଭାରତ ଆଣିଥିଲା ବ୍ରିଟେନ୍! ୧୭୦ ବର୍ଷ ତଳର କର୍ପୋରେଟ୍ ଗୁପ୍ତଚରର ରୋଚକ କାହାଣୀ
- ସଞ୍ଚୟର ଏକ ନିଆରା ଉଦାହରଣ: ୧୦ ଟଙ୍କିଆ କଏନ୍ରେ କିଣିଲେ ସ୍ୱପ୍ନର ସ୍କୁଟର୍
- ଦକ୍ଷୀଣ କୋରିଆ ସୁପରମାର୍କେଟରେ ଛୁରାମାଡ, ୮ ଆହତ
- ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ବିଦାୟକାଳୀନ ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ
- Chile’s Desert Bloom: ଟୋକିଓରେ ୩୫ ଦିନ ଧରି ବର୍ଷା, ମରୁଭୂମିରେ ଫୁଲର ଚାଦର! ଏଲ୍ ନିନୋ ବଦଳାଉଛି କି ବିଶ୍ବ ପାଣିପାଗ?

Comments are closed.