Latest Odisha News

BREAKING NEWS

ଜମିକୁ ଯିବା ବାଟରେ ଧକ୍କା ଦେଲା ଅଜଣା ଗାଡ଼ି, ଦମ୍ପତ୍ତି ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ବଲାଙ୍ଗୀର: ଚାଷ ଜମିକୁ ଯିବା ବାଟରେ ଧକ୍କା ଦେଲା ଅଜଣା ଗାଡ଼ି। ଦୁର୍ଘଟଣା ନେଲା ଦମ୍ପତିଙ୍କ ଜୀବନ। ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(ଖ) ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ସ୍ବାମୀ-ସ୍ତ୍ରୀ ସମେତ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବିରେ ସମ୍ପର୍କୀୟଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି।

ମୃତକମାନେ ପତ୍ରପାଲି ଗାଁର ଗମ୍ଭୀର ରଣା ଏବଂ ତାଙ୍କ ସ୍ତ୍ରୀ ଗୀତା ରଣା। ସୂଚନା ଅନୁସାରେ ଆଜି ଭୋର୍ ସମୟରେ ଧାନ ବୁଣିବାକୁ ନିଜ କ୍ଷେତକୁ ଯାଉଥିବାବେଳେ ଏକ ଅଜଣା ଗାଡି ଏହି ଦମ୍ପତ୍ତିଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକ।

ରାୟପୁର-ଗୋପାଳପୁର ୫୯ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ଖବର ପାଇ ମୁରିବାହାଲ ଥାନା ପୁଲିସ ଓ ମାଜିଷ୍ଟ୍ରେଟ ଦାୟିତ୍ଵରେ ମୁରିବାହାଲ ତହସିଲଦାର ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ସେମାନେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା ଚଳାଇଥିବା ବେଳେ ପରିସ୍ଥିତି କିନ୍ତୁ ଶାନ୍ତ ହୋଇନି।

Leave A Reply

Your email address will not be published.