ବ୍ରହ୍ମପୁର: ହାଇଦ୍ରାବାଦ୍ ଯିବା ପାଇଁ ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ୍କୁ ଅପେକ୍ଷା କରିଥିବା ଯୁବତୀ ଯୁବକଙ୍କୁ ଏକ ଧାର୍ମୀକ ସଂଗଠନର କର୍ମକର୍ତାମାନେ ଅଟକାଇ ଥିଲେ । ପରେ ଉଭୟଙ୍କୁ ବ୍ରହ୍ମପୁର ସରକାରୀ ରେଲୱେ ପୋଲିସ(ଜିଆର୍ପି)କୁ ହସ୍ତାନ୍ତର କରିଛନ୍ତି। ପୋଲିସ ଏହାର ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳର ଜଣେ ୨୪ ବର୍ଷୀୟ ହିନ୍ଦୁ ଯୁବତୀ ଓ ଆସାମର ଜଣେ ମୁସଲମାନ ଯୁବକ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ । ଉଭୟଙ୍କ ମଧ୍ୟରେପ୍ରଥମେ ବନ୍ଧୁତା ସୃଷ୍ଟି ହୋଇଥିଲା । ଗତ କିଛି ଦିନ ପୂର୍ବେ ଯୁବତୀ ଜଣକ ନିଜ ଘରକୁ ଫେରିଥିଲେ । ଘରେ କିଛି ଦିନ ରହିବା ପରେ ପୁଣି ଥରେ ହାଇଦ୍ରାବାଦ୍ ଫେରିବାକୁ ମନସ୍ଥ କରିଥିଲେ । ଶୁକ୍ରବାର ସଂପୃକ୍ତ ଯୁବକଙ୍କୁ ଗାଁକୁ ଡାକିଥିଲେ । ଉଭୟ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ହାଇଦ୍ରାବାଦ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ । ଷ୍ଟେସନରେ ଯୁବକ ଜଣକ ହିନ୍ଦୀରେ କଥା ହେଉଥିବା ବେଳେ ଯୁବତୀ ଜଣକ ଠିକ୍ରେ ହିନ୍ଦୀ କହିପାରୁ ନଥିଲେ । ଜଣେ ମୁସଲମାନ ଯୁବକ ଜଣେ ହିନ୍ଦୁ ଯୁବତୀଙ୍କୁ ପ୍ରେମରେ ଫସାଇ ହାଇଦ୍ରାବାଦ୍ ନେଇଯାଉଥିବା ନେଇ ଏକ ଧାର୍ମୀକ ସଂଗଠନର କର୍ମକର୍ତାଙ୍କ ପାଖରେ ସୂଚନା ପହଞ୍ଚିଥିଲା । ସଂପୃକ୍ତ ସଂଗଠନର କର୍ମକର୍ତାମାନେ ଏହା ଲଭ ଜିହାଦ ହୋଇଥିବା ଭାବି ରେଳ ଷ୍ଟେସନରେ ପହଞ୍ଚିଥିଲେ । ଉଭୟଙ୍କୁ ପଚରାଉଚରା କରିବା ପରେ ଅଟକ ରଖି ଜିଆର୍ପିରେ ଜିମା ଦେଇଥିଲେ । ପୋଲିସ ଯୁବତୀଙ୍କ ଠାରୁ ତଥ୍ୟ ଆଣି ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦେଇଛି । ସେମାନେ ପହଞ୍ଚିବା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ଜିଆରପି ଥାନା ଅଧିକାରୀ ଜେ.ପି ନାୟକ କହିଛନ୍ତି। ଅନ୍ୟପକ୍ଷରେ ଆମେ ଦୁଇ ଜଣ ସାଙ୍ଗ ଓ ମିଳିମିଶି ହାଇଦରାବାଦରେ ଗୋଟିଏ କମ୍ପାନୀରେ କାମ କରୁଥିଲୁ ବୋଲି ଯୁବତୀ ଜଣଙ୍କ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେ ମୋତେ ନେବା ପାଇଁ ବ୍ରହ୍ମପୁର ଆସିଥିଲେ ବୋଲି କହିଛନ୍ତି।
BREAKING NEWS
- Sand Art: ବାଲୁକା କଳାରେ ବିଶ୍ୱକୁ ନବବର୍ଷର ଶୁଭେଚ୍ଛା ଓ ଶାନ୍ତିର ବାର୍ତ୍ତା…
- ନୋ ପିୟୁସିସି, ନୋ ଫୁଏଲ ନୀତି; ପୁଣି ବଢିଲା ଅବଧି
- ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ
- ୧୮ ମାସରେ ୪୦,୯୪୭ ମହିଳାଙ୍କ ବିରୋଧରେ ଅପରାଧ ମାମଲା ରୁଜୁ: ବିଜେଡି
- Producer Ekta Kapoor Slams Zee TV :ପୁଣି ଆସୁଛି ‘ପବିତ୍ର ରିସ୍ତା’, ରାଗିଗଲେ ଏକତା କପୂର
- ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି; ସ୍ପଷ୍ଟୀକରଣ ରଖିଲା ମନ୍ଦିର ପ୍ରଶାସନ
- ଖାଲିଦା ଜିଆଙ୍କ ପୁଅ ସହ ସାକ୍ଷାତ କଲେ ଜୟଶଙ୍କର; ଦେଲେ ମୋଦିଙ୍କ ପତ୍ର…
- Russia Deploys Oreshnik Hypersonic Missile: ପୁଟିନଙ୍କୁ ଟାର୍ଗେଟ ପରେ… ରୁଷ କଲା ପରାମାଣୁ ମିସାଇଲ ଆକ୍ଟିଭ
- Asim Munir: କାହିଁକି ଅସୀମ ମୁନିର ନିଜ ଝିଅର ବିବାହ ଗୁପ୍ତ ଭାବରେ କଲେ? ଭୟ ପଛର କାରଣ…
- ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ବାରଙ୍ଗ ଅତିରିକ୍ତ ତହସିଲଦାର ଗିରଫ
Comments are closed.