Latest Odisha News

BREAKING NEWS

ନୂପୁର ଶର୍ମାଙ୍କୁ ଆଶ୍ୱସ୍ତି, ସୁପ୍ରିମକୋର୍ଟ ଖାରଜ କଲେ ଗିରଫ ଆବେଦନ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ନୂପୁର ଶର୍ମାଙ୍କୁ ଆଜି ଆଶ୍ୱସ୍ତି ମିଳିଛି । ମାନ୍ୟବର ସୁପ୍ରିମକୋର୍ଟ ତାଙ୍କୁ ଗିରଫ କରିବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି । ସେହିପରି ସମ୍ପୂର୍ଣ୍ଣ ଘଟଣା ନେଇ ନିରପେକ୍ଷ ତଦନ୍ତ ଦାବୀକୁ ମଧ୍ୟ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଜଣେ ମହିଳା ଆଇନଜୀବୀ ଏହି ଆବେଦନ କରିଥିଲେ । ସେ ଟି.ପୁନୱାଲାଙ୍କ ନିର୍ଦ୍ଦେଶକୁ ଏଥିରେ ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ । ସିଜେଆଇ ୟୁୟୁ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ କିନ୍ତୁ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ ।

ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ଏଫଆଇଆରକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନୂପୁରଙ୍କ ସୁରକ୍ଷା ପାଇଁ କଡା ବନ୍ଦୋବସ୍ତ କରାଯାଇଛି । ସୂଚନାଯୋଗ୍ୟ, ନୂପୁରଙ୍କ ଏକ ବିବାଦୀୟ ବୟାନ ଯୋଗୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେପି ଏଥି ନିମନ୍ତେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ।

Leave A Reply

Your email address will not be published.