Latest Odisha News

BREAKING NEWS

ରାଣୀ ଏଲିଜାବେଥ ୨ଙ୍କ ମୃତ୍ୟୁ ପରେ ଭାରତରେ ଜୋର ଧରିଲା କୋହୀନୂର ହୀରା ଫେରସ୍ତ ଦାବୀ

ଲଣ୍ଡନ: ମହାରାଣୀ ଏଲିଜାବେଥ୨ଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏକ ଅଦ୍ଭତ ଦାବୀ ଜୋର ଧରିଛି । ଟ୍ୱିଟରରେ ଭାରତୀୟମାନେ ରାଣୀଙ୍କ ମୃତ୍ୟୁ ପରେ କୋହୀନୂର ହୀରା ଭାରତକୁ ଫେରାଇଦେବା ଦାବୀ କରିଛନ୍ତି । ୧୦୫.୫ କ୍ୟାରେଟର ଏହି ହୀରା ୧୯୩୭ରୁ ମହାରାଣୀଙ୍କ ମୁକୁଟରେ ଲଗାଯାଇଛି । ମୃତ୍ୟୁ ପର୍ଯ୍ୟନ୍ତ କୁଇନ ଏହି ମୁକୁଟ ପରିଧାନ କରୁଥିଲେ । ରିପୋର୍ଟ ମୁତାବକ ଭାରତକୁ ଫେରସ୍ତ କରିବା ପରିବର୍ତେ ଏହି ହୀରା ଲଗା ମୁକୁଟ କ୍ୱିନ କ୍ୟାମିଲାଙ୍କୁ ପ୍ରଦାନ କରାଯିବ । ଉପନିବେଶବାଦରେ ସକ୍ରିୟା ଭୂମିକା ଗ୍ରହଣ କରିଥିବା କୁଇନ ଏଲିଜାବେଥଙ୍କ ଦେହାନ୍ତ ପରେ ଏହା ନିଶ୍ଚିତ ଭାବେ ଭାରତକୁ ଫେରାଇଦେବା ଉଚିତ ହେବ ବୋଲି ଜଣେ ୟୁଜର୍ସ ଲେଖିଛନ୍ତି । ଟୁଇଟରରେ ଏବେ ଏହା ଟ୍ରେଣ୍ଡ କରିବାରେ ଲାଗିଛି ।

୧୯୪୭ରୁ ବିଭିନ୍ନ ସରକାରଙ୍କ ପକ୍ଷରୁ ଏଥିନେଇ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ବିଶେଷ ଫଳପ୍ରଦ ହୋଇନି । ୧୮୪୯ରେ ଏହି ମୂଲ୍ୟବାନ ହୀରା ଭାରତରୁ ବ୍ରିଟେନରେ ପଂହଚିଥିଲା । ଆଙ୍ଗଲୋ-ଶିଖ ଭୟଙ୍କର ଯୁଦ୍ଧ ପରେ ଲାହୋର ମହାରାଜା ସନ୍ଧି କରିବା ସହ ଏହାର ସର୍ତ ଅନୁସାରେ ଏହି ମୂଲ୍ୟବାନ ହୀରା ବ୍ରିଟିଶ ରାଜାଙ୍କୁ ଦେଇଥିଲେ । ସେବେଠାରୁ ଏହା ସେଠାରେ ରହି ଆସିଛି । ଦେଖାଯାଉ ସାଧାରଣ ଜନତାଙ୍କ ଦାବୀ ପରେ ଏହା ଭାରତକୁ ଫେରୁଛି କି ନାହିଁ ।

Leave A Reply

Your email address will not be published.