ବ୍ରହ୍ମପୁର: ହାଇଦ୍ରାବାଦ୍ ଯିବା ପାଇଁ ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ୍କୁ ଅପେକ୍ଷା କରିଥିବା ଯୁବତୀ ଯୁବକଙ୍କୁ ଏକ ଧାର୍ମୀକ ସଂଗଠନର କର୍ମକର୍ତାମାନେ ଅଟକାଇ ଥିଲେ । ପରେ ଉଭୟଙ୍କୁ ବ୍ରହ୍ମପୁର ସରକାରୀ ରେଲୱେ ପୋଲିସ(ଜିଆର୍ପି)କୁ ହସ୍ତାନ୍ତର କରିଛନ୍ତି। ପୋଲିସ ଏହାର ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳର ଜଣେ ୨୪ ବର୍ଷୀୟ ହିନ୍ଦୁ ଯୁବତୀ ଓ ଆସାମର ଜଣେ ମୁସଲମାନ ଯୁବକ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ । ଉଭୟଙ୍କ ମଧ୍ୟରେପ୍ରଥମେ ବନ୍ଧୁତା ସୃଷ୍ଟି ହୋଇଥିଲା । ଗତ କିଛି ଦିନ ପୂର୍ବେ ଯୁବତୀ ଜଣକ ନିଜ ଘରକୁ ଫେରିଥିଲେ । ଘରେ କିଛି ଦିନ ରହିବା ପରେ ପୁଣି ଥରେ ହାଇଦ୍ରାବାଦ୍ ଫେରିବାକୁ ମନସ୍ଥ କରିଥିଲେ । ଶୁକ୍ରବାର ସଂପୃକ୍ତ ଯୁବକଙ୍କୁ ଗାଁକୁ ଡାକିଥିଲେ । ଉଭୟ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ହାଇଦ୍ରାବାଦ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ । ଷ୍ଟେସନରେ ଯୁବକ ଜଣକ ହିନ୍ଦୀରେ କଥା ହେଉଥିବା ବେଳେ ଯୁବତୀ ଜଣକ ଠିକ୍ରେ ହିନ୍ଦୀ କହିପାରୁ ନଥିଲେ । ଜଣେ ମୁସଲମାନ ଯୁବକ ଜଣେ ହିନ୍ଦୁ ଯୁବତୀଙ୍କୁ ପ୍ରେମରେ ଫସାଇ ହାଇଦ୍ରାବାଦ୍ ନେଇଯାଉଥିବା ନେଇ ଏକ ଧାର୍ମୀକ ସଂଗଠନର କର୍ମକର୍ତାଙ୍କ ପାଖରେ ସୂଚନା ପହଞ୍ଚିଥିଲା । ସଂପୃକ୍ତ ସଂଗଠନର କର୍ମକର୍ତାମାନେ ଏହା ଲଭ ଜିହାଦ ହୋଇଥିବା ଭାବି ରେଳ ଷ୍ଟେସନରେ ପହଞ୍ଚିଥିଲେ । ଉଭୟଙ୍କୁ ପଚରାଉଚରା କରିବା ପରେ ଅଟକ ରଖି ଜିଆର୍ପିରେ ଜିମା ଦେଇଥିଲେ । ପୋଲିସ ଯୁବତୀଙ୍କ ଠାରୁ ତଥ୍ୟ ଆଣି ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦେଇଛି । ସେମାନେ ପହଞ୍ଚିବା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ଜିଆରପି ଥାନା ଅଧିକାରୀ ଜେ.ପି ନାୟକ କହିଛନ୍ତି। ଅନ୍ୟପକ୍ଷରେ ଆମେ ଦୁଇ ଜଣ ସାଙ୍ଗ ଓ ମିଳିମିଶି ହାଇଦରାବାଦରେ ଗୋଟିଏ କମ୍ପାନୀରେ କାମ କରୁଥିଲୁ ବୋଲି ଯୁବତୀ ଜଣଙ୍କ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେ ମୋତେ ନେବା ପାଇଁ ବ୍ରହ୍ମପୁର ଆସିଥିଲେ ବୋଲି କହିଛନ୍ତି।
BREAKING NEWS
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ

Comments are closed.