Latest Odisha News

BREAKING NEWS

ବିବାହର ୩ଦିନ ପରେ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ତଥା ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରାକ୍ଟର ଧକ୍କାରେ ନବ ବିବାହିତ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରର ଜି.ବେଣୁ ଏବଂ ତାଙ୍କ ସ୍ତ୍ରୀ ସିଏଚ୍‌.ପ୍ରତିମା। ସୋମବାର ସନ୍ଧ୍ୟା ପ୍ରାୟ ସାଢେ଼ ୬ ଟା ବେଳେ ଏହି ଦୁର୍ଘଟଣା ଘଟିଛି। ବେଣୁ ଏବଂ ପ୍ରତିମା ଉଭୟ ଏକ ମୋଟର ସାଇକେଲ (ଓଡି ୦୭ ଜେ୪୮୬୦)ରେ ବ୍ରହ୍ମପୁର ଆସୁଥିଲେ। ବ୍ରହ୍ମପୁର ସହରରେ ବେଣୁଙ୍କ ଶ୍ବଶୁର ଘର। ଏହି ସମୟରେ ଜାତୀୟ ରାଜପଥ ଉପରେ ଟ୍ରାକ୍ଟର ସହିତ ମୋଟରସାଇକେଲର ଧକ୍କା ଦେଇଥିଲା। ଫଳରେ ଉଭୟ ଗୁରୁତର ଆହାତ ହୋଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅଞ୍ଚଳବାସୀ ଉଭୟଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ଆଣିଥିଲେ। କିନ୍ତୁ ଚିକିତ୍ସିତ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ, ତିନି ଦିନ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲା। ପରମ୍ପରା ଅନୁଯାୟୀ, ବିବାହ ତିନି ଦିନ ପରେ ଝିଅ ନିଜ ମା’ ଘରକୁ ଆସିଥାନ୍ତି। ଏହି କ୍ରମରେ ପ୍ରତିମା ଏବଂ ବେଣୁ ବ୍ରହ୍ମପୁର ଆସୁଥିଲେ। ଘଟଣା ପରେ ଉଭୟଙ୍କ ପରିବାରରେ ଶୋକରେ ଛାୟା ଖେଳି ଯାଇଛି। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ରହିଥିବା ପୁଲିସ ଉଭୟ ମୋଟରସାଇକେଲ ଓ ଟ୍ରାକ୍ଟରକୁ ଜବତ କରିଛି।

 

Leave A Reply

Your email address will not be published.