Latest Odisha News

BREAKING NEWS

ଶାହାରୁଖଙ୍କ ଯବାନରେ ଅଲ୍ଲୁଅର୍ଜନଙ୍କ ଏଂଟ୍ରି

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନ ଉପରେ ସମସ୍ତଙ୍କ ନଜର ରହିଛି । ସାଉଥ ଫିଲ୍ମମେକର ଏଟଲୀ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଯବାନରେ ନୟନତାରା ଓ ବିଜୟ ସେତୁପତିଙ୍କ ପରି ପ୍ରତିଷ୍ଠିତ ସାଉଥ କଳାକାର ରହିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ପୁଷ୍ପା ଫେମ ଅଲ୍ଲୁ ଅର୍ଜୁନ ମଧ୍ୟ ଏହି ଫିଲ୍ମରେ କ୍ୟାମେଓ ରୋଲ କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସେ ଏକ ଡ୍ୟାନ୍ସ ନମ୍ବରରେ ଦର୍ଶକଙ୍କୁ ଚକିତ କରିବା ପାଇଁ ଏଂଟ୍ରି କରିବେ । ତେବେ ଯବାନର ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । ରେଡ ଚିଲିଜ ଏହି ଫିଲ୍ମ ପ୍ରସ୍ତୁତ କରୁଛି ।

୨ ଜୁନ ୨୦୨୩ରେ ଏହି ଫିଲ୍ମ ୫ଟି ଭାଷାରେ ରିଲିଜ ହେବ । ଶାହାରୁଖଙ୍କ ଏହା ପ୍ରଥମ ପ୍ୟାନ ଇଣ୍ଡିଆ ଫିଲ୍ମ ହେବାକୁ ଯାଉଛି । ଏହା ଏକ ଥ୍ରୀଲ ଏବଂ ଆକ୍ସନରେ ଭରପୂର ଫିଲ୍ମ ହୋଇଥିବାରୁ ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଛି । ଅପରପକ୍ଷରେ ଏଟଲୀଙ୍କ ଟ୍ରାକ ରେକର୍ଡ ମଧ୍ୟ ଭଲ ରହିଛି ।

Leave A Reply

Your email address will not be published.