Latest Odisha News

BREAKING NEWS

କୋଟିପତି କୁକୁର : ଅୟସରେ କାଟୁଛି ଦିନ

ମଣିଷ କୋଟିପତି ହେବା ଶୁଣିଥିବେ ବା ଦେଖିଥିବେ । କିନ୍ତୁ ଗୋଟେ କୁକୁର କୋଟିପତି ହେବା ଶୁଣିଛନ୍ତି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ ଯେ, ଇଟାଲିର ଗୋଟେ କୁକୁର ୬୫୫ କୋଟି ଟଙ୍କାର ମାଲିକ । ଏହାର ଅୟସ ଜୀବନକୁ ଦେଖିଲେ ଯେକୌଣସି ମଣିଷ ଇର୍ଷା କରିବ । ଏବେ ସେ ଦୁନିଆର ସବୁଠୁ ଧନୀ କୁୁକୁର ପାଲଟି ଯାଇଛି । ତା ଜୀବନକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ।

ଇଟାଲିରେ ରହୁଥିବା ଏହି କୁକୁରଟିର ନାମ ଗୁନ୍ଥର ୬ । ଜର୍ମାନ ଶେଫର୍ଡ ପ୍ରଜାତିର କୁକୁର । ଏବେ ପପଷ୍ଟାର ମ୍ୟାଡ଼ୋନାଙ୍କ ପୂର୍ବ ଘରେ ରହୁଛି ଏହି କୁକୁର । ତାର ଦେଖାଶୁଣା କରିବା ପାଇଁ ଅନେକ ଚାକର ରହିଛନ୍ତି । ଆଉ ବିଳାସପୂର୍ଣ୍ଣ ଜୀବନ ବିତାଉଛି । ୬୫୫ କୋଟି ଟଙ୍କାର ମାଲିକ ଏହି କୁକୁର । ଆଉ ତା’ ଜୀବନ କାହାଣୀ ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ ହୋଇଛି । ଫିଲ୍ମଟିର ନାମ ହେଉଛି ‘ଗୁନ୍ଥର ମିଲିୟନ୍ସ’ । ଖୁବ୍‌ଶୀଘ୍ର ଏହା ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଗୁନ୍ଥର ଧନୀ ହେବାର ରହସ୍ୟ ଓ ତା’ର ଅୟସ ଜୀବନଯାବନ ଉପରେ ପରିବେଷିତ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅରେଲିୟନ ଲେଟର୍ଗି । ସେ କୁହନ୍ତି, ଗୋଟେ କୁକୁର ଅୟସରେ ଜୀବନଯାପନ କରୁଥିବା ଯେବେ ଶୁଣିଲି । ତା ବିଷୟରେ ଜାଣିବାକୁ ବେଶୀ ଆଗ୍ରହ ହେଲା । ତାର ସବୁ ତଥ୍ୟ ସଂଗ୍ରହ କଲୁ । ସବୁ ତଥ୍ୟ ପାଇବା ପରେ ତା ଜୀବନୀକୁ ନେଇ ଏକ ଫିଲ୍ମ କରିବାକୁ ନିଷ୍ପତ୍ତି ନେଇ କାମ ଆରମ୍ଭ କଲି । ଆଉ ଫିଲ୍ମଟି ସୁଟିଂ ଶେଷ ହୋଇସାରିଲାଣି । ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବ ବୋଲି ସେ କହିଛନ୍ତି ।
ଜର୍ମାନୀର କାଉଣ୍ଟେସ୍ କାରଲୋଟା ଲିଏମ୍ବଷ୍ଟେନ୍‌ଙ୍କ ପୁଅର ନାଁ ଗୁନ୍ଥରଙ୍କ ନାମାନୁସାରେ ତାର ନାମ ରଖାଯାଇଛି । ସେ କୌଣସି କାରଣକୁ ନେଇ ଆତ୍ମହତ୍ୟା କରିଥିଲେ । ଲିଏମ୍ବଷ୍ଟେନ୍‌ଙ୍କର ନିଜର ବୋଲି କେହି ନ ଥିଲେ । ସେ ନିଜ ମୃତ୍ୟୁ ପୂର୍ବରୁ ଏକ ଟ୍ରଷ୍ଟ ଗଠନ କରିଥିଲେ । ଆଉ ନିଜର ପ୍ରିୟ କୁକୁର ନାଁରେ ୬୫୫ କୋଟି ଟଙ୍କାର ସମ୍ପତି କରାଇଦେଲେ । ତା’ଛଡା ଗୁନ୍ଥର ଏକ ଫାର୍ମାସ୍ୟୁଟିକାଲ କମ୍ପାନୀର ମାଲିକ ମଧ୍ୟ ।

Leave A Reply

Your email address will not be published.