Latest Odisha News

BREAKING NEWS

ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର ଟାଉନ୍: ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଉତ୍ତରକୁଳ ପଞ୍ଚାୟତ ସୁନ୍ଦରପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ଦୀପକ କୁମାର ନାଥ ଓ ଅନୀତା ନାଥ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବର୍ଷେ ତଳେ ଦୀପକ ଓ ଅନୀତି ବିବାହ କରିଥିଲେ ।

ଦୀପକ ଓଡ଼ିଶା ବାହାରେ ଘରୋଇ କମ୍ପାନୀରେ ରହି କାମ କରୁଥିଲେ । ଲକଡାଉନ୍ ପାଇଁ ଘରେ ଆସି ରହୁଥିଲେ । ପାରିବାରିକ କଳହରୁ ସେମାନେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବିଞ୍ଝାରପୁର ଥାନା ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରହିଛି । ବର୍ଷେ ତଳେ ବିବାହ କରିଥିବା ଦୀପକ ଏମିତି କଣ ହେଲା ଯେ ସପତ୍ନୀକ ନିଜକୁ ଶେଷ କରିଦେବାକୁ ନିଷ୍ପତ୍ତି ନେଲେ । ସଂସାର ଆରମ୍ଭ ହେଉ ହେଉ ଉଜାଡ଼ି ଦେଲେ ।

Leave A Reply

Your email address will not be published.