Latest Odisha News

BREAKING NEWS

ଦିନ ସାଢ଼େ ୨ଟାରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଗୁରୁତ୍ୱପୂର୍ଣ୍ଣ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲି ସକାଳେ ସରୁଛି ଆଂଶିକ ଲକଡାଉନ୍ । ତାପରେ କଣ ରହିବ ମୁକାବିଲା ରଣନୀତି । ଆଜି ଦିନ ସାଢ଼େ ୨ଟାରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ବାବଦରେ ସୂଚନା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ପ୍ରେସ ବିବୃତ୍ତି ଜାରି କରିବେ । ଜୁଲାଇ ୩୦ ତାରିଖ ଯାଏ କଣ ରହିବ କୋଭିଡ୍ ମୁକିବାଲି ରଣନୀତି ସେବାବାଦରେ ରାଜ୍ୟବାସୀଙ୍କୁ ସୂଚନା ଦେବେ ମୁଖ୍ୟ ସଚିବ ।

ମୁଖ୍ୟ ସଚିବ କଣ ଘୋଷଣା କରିବେ ତାଉପରେ ସମସ୍ତଙ୍କର ନଜର ରହିଛି । ବିଶେଷ କରି ବର୍ତ୍ତମାନ କରୋନା ସ୍ଥିତି ଓ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି କେଉଁ ଜିଲ୍ଲାରୁ କଟକଣା ଅଧିକ କୋହଳ ହେବ ଓ କେଉଁଠି କଟକଣା ବଳବତ୍ତର ରହିବ ସେନେଇ ଘୋଷଣା ହୋଇପାରେ । କେଉଁ କ୍ଷେତ୍ରରୁ ଅଧିକ କୋହଳ ମିଳିବ ତାଉପରେ ବି ନଜର ରହିଛି ।

Leave A Reply

Your email address will not be published.