Latest Odisha News

BREAKING NEWS

୮୨ ବର୍ଷ ବୟସରେ ବିବାହ କଲେ ବୃଦ୍ଧ, ହନିମୁନ୍‌ରେ ବି ଗଲେ

ନ୍ୟୁଜଲ୍ୟାଣ୍ଡ: ବୃଦ୍ଧ ହେବାର ଅର୍ଥ ନୁହେଁ ଯେ ଜୀବନ ଶେଷ ହୋଇଯାଇଛି । ସାଧାରଣତଃ ଅବସର ପରେ ଲୋକମାନେ ଭାବନ୍ତି ବର୍ତ୍ତମାନ ଜୀବନର ଶେଷ ପର୍ଯ୍ୟାୟ ଚାଲିଛି । କିନ୍ତୁ ଏବେ ଜଣେ ୮୨ ବର୍ଷୀୟ ବୃଦ୍ଧ ୮୧ ବର୍ଷୀୟ ବୃଦ୍ଧାଙ୍କୁ ପ୍ରେମ କରି ବିବାହ କରିଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନ୍ୟୁଜଲ୍ୟାଣ୍ଡର ସୋମର୍ସେଟରେ ରୁହନ୍ତି ୮୨ ବର୍ଷୀୟ ଖ୍ରୀଷ୍ଟୋଫର୍ ଷ୍ଟ୍ରିଟ୍ ଓ ୮୧ ବର୍ଷୀୟା ରୋଜା । ଉଭୟ ଚାକିରିରୁ ଅବସର ନେବା ପରେ ପରିବାର ସହ ଖୁସିରେ ଦିନ କାଟୁଥିଲେ । ହେଲେ ଖ୍ରୀଷ୍ଟୋଫର୍ ଯେତେବେଳେ ପ୍ରଥମ ଥର ରୋଜାଙ୍କୁ ଦେଖିଲେ ଭଲ ପାଇ ବସିଲେ । ଖ୍ରୀଷ୍ଟୋଫରଙ୍କର ପତ୍ନୀ ନ ଥିବା ବେଳେ ରୋଜାଙ୍କ ସ୍ୱାମୀଙ୍କର କିଛି ବର୍ଷ ପୂର୍ବେ ଦେହାନ୍ତ ହୋଇଯାଇଛି । ଦୁହେଁ ଏକୁଟିଆ ଜୀବନ କାଟୁଥିଲେ । ଶେଷରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ ଓ ବିବାହ ବି କଲେ । ଏପରିକି ହନିମୁନ୍‌ରେ ବି ଗଲେ ।

ଖ୍ରୀଷ୍ଟୋଫର୍ କହିଛନ୍ତି, ମୁଁ ରୋଜାଙ୍କୁ ବହୁତ ସୁନ୍ଦର, ଯତ୍ନଶୀଳ ଏବଂ ସହାନୁଭୂତିଶୀଳ ମନେ କଲି । ଆମ ମଧ୍ୟରେ ଅନେକ ସମାନତା ଅଛି । ଆମେ ଏକାଠି ସବୁଆଡେ ବୁଲିବାକୁ ଗଲୁ । ବହୁତ ସମୟ ଧରି କଥା ହେଉଥିଲୁ । ମୁଁ ଯେତେବେଳେ ରାଗିଯାଏ ସେ ମୋତେ ଶାନ୍ତ କରନ୍ତି । ଏସବୁ ମୋତେ ଭଲ ଲାଗିଲା । ତେଣୁ ବାକି ସମୟ ତାଙ୍କ ସହ କାଟିବାକୁ ନିଷ୍ପତ୍ତି ନେଲି ଓ ବିବାହ ବି କଲି ।

ସେହିପରି ରୋଜା କହିଛନ୍ତି, ଖ୍ରୀଷ୍ଟୋଫରଙ୍କ ସହିତ ମିଶିବା ପରେ ମୋତେ ଅଲଗା ଅନୁଭବ ହେଲା । ପ୍ରଥମ ଦେଖାରେ ସେ ମୋତେ ନିଜର ନିଜର ଲାଗିଥିଲେ । ତାଙ୍କ ସହ ବହୁ ସମୟ ଧରି କଥା ହେଲେ ମୋତେ ଭଲ ଲାଗେ । ତାଙ୍କୁ ମୁଁ ବି ବହୁତ ଭଲ ପାଇ ବସିଲି । ଏ ବୟସରେ ସେ ମୋର ଠିକ୍ ଭାବେ ଯତ୍ନ ନିଅନ୍ତି । ତେଣୁ ତାଙ୍କୁ ବିବାହ କଲି । ସବୁଠୁ ଖୁସିର କଥା ଆମ ବିିବାହ କାର୍ଯ୍ୟକ୍ରମରେ ଆମର ପିଲା ଏବଂ ନାତିନାତୁଣୀମାନେ ସାମିଲ ହୋଇଥିଲେ ।

Comments are closed.