Latest Odisha News

BREAKING NEWS

ବ୍ରିଜରେ କରୁଥିଲେ ଫଟୋସୁଟ୍, ଟ୍ରେନ ଆସିଯିବାରୁ ୯୦ ଫୁଟ ଗଭୀର ଖାଲକୁ ଡେଇଁପଡିଲେ

ପାଲି: ସେଲଫି ଏବଂ ରିଲ୍ସ ଯୋଗୁଁ ଆଜିର ଯୁବପିଢି ପ୍ରତିଦିନ ଜୀବନ ହରାଉଛନ୍ତି | ରାଜସ୍ଥାନର ପାଲି ଜିଲ୍ଲାରୁ ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଏକ ରେଲୱେ ଟ୍ରାକରେ ଫଟୋସୁଟ କରିବା ସମୟରେ ଦମ୍ପତିଙ୍କ ଜୀବନ ଯାଉଯାଉ ଅଳ୍ପକେ ବର୍ତ୍ତିଯାଇଛି।

ସୂଚନା ଅନୁଯାୟୀ, ଏକ ବ୍ରିଜ ଉପରେ ନିର୍ମିତ ରେଳ ଟ୍ରାକରେ ସ୍ୱାମୀ-ସ୍ତ୍ରୀଙ୍କ ଫଟୋସୁଟ୍ ଚାଲିଥିଲା। ତା’ପରେ ଏକ ଟ୍ରେନ୍ ଟ୍ରାକରେ ଆସୁଥିବାର ଦେଖି ଦମ୍ପତି ଜୀବନ ବଞ୍ଚାଇବାକୁ ଯାଇ ୯୦ଫୁଟ ଗଭୀର ଖାଲକୁ ଡେଇଁପଡିଛନ୍ତି।

ଏେହା ପରେ ସେମାନେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ ମେରୁଦଣ୍ଡରେ ଆଘାତ ଲାଗିଥିବାରୁ ରାହୁଲଙ୍କୁ ଯୋଧପୁରକୁ ସ୍ଥାନାନ୍ତର କରାଯାଇଥିବାବେଳେ ଜାହ୍ନବୀଙ୍କ ମଧ୍ଯ ଚିକିତ୍ସିତ ହେଉଛନ୍ତି।

Comments are closed.