Latest Odisha News

BREAKING NEWS

ଭୟଙ୍କର ଦୁର୍ଘଟଣା: ୪ ବର୍ଷର ପୁଅ ସାମ୍ନାରେ ଚାଲିଗଲା ବାପା-ମାଆଙ୍କ ଜୀବନ

ଯାଜପୁର: ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି। ଏହି ଦୁର୍ଘଟଣାରେ ୪ ବର୍ଷର ପୁଅ ଆଗରେ ଚାଲିଗଲା ବାପା-ମାଆଙ୍କର ଜୀବନ। ଦୁର୍ଘଟଣାରେ ଗୁରୁତର ହୋଇଥିବା ବାପାଙ୍କର ଚିକିତ୍ସାଧୀନ ଅବସ୍ଥାରେ ହେଲା ମୃତ୍ୟୁ। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ପୁରୁଣା ଟୋଲଗେଟ୍‌ ନିକଟରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବତ, ଗୋଟିଏ ପରିବାରର ବାପା, ମାଆ ଓ ତାଙ୍କର ଏକ ୪ ବର୍ଷର ଶିଶୁପୁତ୍ର ଏକ ବାଇକ୍‌ ଯୋଗେ କୁଆଖିଆ ଆଡୁ ପାଣିକୋଇଲି ଅଭିମୁଖେ ଯାଉଥିଲେ। ଏହି ସମୟରେ ପୁରୁଣା ଟୋଲଗେଟ୍‌ ନିକଟରେ ହଠାତ୍ ଏକ ଅଜଣା ଗାଡି ବାଇକ୍‌ଟିକୁ ଧକ୍କା ଦେଇ ଫେରାର୍‌ ହୋଇଥିଲା। ଘଟଣାସ୍ଥଳରେ ମାଙ୍କର ମୃତ୍ୟ ହୋଇଥିବା ବେଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୋଲିସ ସହାୟତାରେ ଗୁରୁତର ବାପାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ହେଲେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ୪ ବର୍ଷର ଶିଶୁପୁତ୍ରକୁ ପାଣିକୋଇଲି ପୋଲିସ ହେପାଯତକୁ ନେଇ ଥାନାରେ ରଖାଯାଇଛି। ଏହାସହ ମୃତଦେହ ଦ୍ୱୟ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ପୋଲିସ।

Comments are closed.