Latest Odisha News

BREAKING NEWS

ଦୁନିଆ ଭ୍ରମଣ କରିବା ପାଇଁ ଛାଡ଼ିଲେ ଚାକିରି, ବିକିଲେ ଘର, ଏବେ କରୁଛନ୍ତି ଲାଇଫକୁ ଏନଜଏ

ଆରିଜୋନା: ପ୍ରତ୍ୟେକ ବ୍ୟକ୍ତି ଭଲ ଚାକିରି ଏବଂ ଭଲ ଘର ଖଣ୍ଡେ ପାଇଁ ସ୍ୱପ୍ନ ଦେଖିଥାନ୍ତି । ଯାହାଦ୍ୱାରା ଆରାମଦାୟକ ଜୀବନ ବିତାଇ ପାରିବେ । କିନ୍ତୁ ଆରିଜୋନାରେ ରହୁଥିବା ଏକ ଦମ୍ପତ୍ତିିଙ୍କର ଏକ ଭିନ୍ନ ସ୍ୱପ୍ନ ଥିଲା, ଯାହା ପୂରଣ କରିବା ପାଇଁ ସେମାନେ ଏକ ଭଲ ବେତନ ପ୍ରାପ୍ତ ଚାକିରି ଛାଡିଥିଲେ । ବିଳାସପୂର୍ଣ୍ଣ ଘର ବିକ୍ରୟ କରି ନିଜର ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କରିଛନ୍ତି । ସେ ଏକୁଟିଆ ନୁହଁନ୍ତି, ସେ ତାଙ୍କର ଦୁଇଟି ଛୋଟ ପିଲା ଏବଂ ଗୃହପାଳିତ ପଶୁଙ୍କ ସହ ଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କର ସମଗ୍ର ବିଶ୍ୱ ଭ୍ରମଣ କରିବା ସ୍ୱପ୍ନ ରହିଛି । ଆଉ ସେହି ସ୍ୱପ୍ନ ପୂରଣ କରିବାକୁ ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ ।

ଷ୍ଟିଭ୍ ନାମକ ଜଣେ ବ୍ୟକ୍ତି ଆମେରିକାର ଆରିଜୋନାରେ ରୁହନ୍ତି । ସେ ନର୍ସ ଭାବେ କାମ କରନ୍ତି । ବିଭିନ୍ନ ଦେଶ ବୁଲିବା ତାଙ୍କର ସ୍ୱପ୍ନ । ନିଜର ଏହି ସ୍ୱପ୍ନ ପୂରଣ କରିବା ପାଇଁ ସେ ତାଙ୍କର ଚାକିରି ଛାଡ଼ିଦେଲେ । ଏମିତି କି ଘର ଓ ଜିନିଷପତ୍ର ବିକ୍ରି କରିଦେଲେ । ଆଉ ନିଜର ସଞ୍ଚିତ ଅର୍ଥ ଧରି ଭ୍ୟାନରେ ସ୍ତ୍ରୀ ଓ ଦୁଇପିଲାଙ୍କୁ ନେଇ ବିଭିନ୍ନ ଦେଶ ବୁଲିବା ପାଇଁ ବାହାରିଲେ । ସେ ଭ୍ୟାନ୍‌ରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରୁଛନ୍ତି ।

ଷ୍ଟିଭ କୁହନ୍ତି, ମୁଁ ସପ୍ତାହରେ ୪୦ ଘଣ୍ଟା କାମ କରିବାକୁ ଚାହେଁ ନାହିଁ । ମୁଁ ସବୁ ଦିନକୁ ଉପଭୋଗ କରିବାକୁ ଚାହେଁ । ମୋ ଜୀବନର ଅଧିକାଂଶ ସମୟ କଠିନ ପରିଶ୍ରମ କରିବାକୁ ଚାହେଁ ନାହିଁ । ଯାହା ଅଧିକାଂଶ ଆମେରିକୀୟଙ୍କ ସ୍ୱପ୍ନ ଅଟେ । ଆମେ ପ୍ରତ୍ୟେକ ଦିନ ଛୁଟିରେ ଯିବା ଭଳି ବଞ୍ଚୁଛୁ । ଆମେରିକାର ଏୟାରଲାଇନ୍ସରେ ସୁରକ୍ଷା ପରିଚାଳକ ଥିବା ତାଙ୍କ ପତ୍ନୀ ୱେଣ୍ଡି କହିଛନ୍ତି ଯେ ଚାକିରିର ଚାପ ଅସହ୍ୟ ହୋଇପଡିଲା । ପ୍ରତିଦିନ କାମରୁ ବିଳମ୍ବରେ ଘରକୁ ଆସିବା ହେତୁ ମୁଁ ମୋ ପରିବାର ସହିତ ସମୟ ବିତାଇ ପାରିଲି ନାହିଁ । ବର୍ତ୍ତମାନ ମୁଁ ସେହି ଚାପରୁ ମୁକ୍ତ ଅଛି । ଏଥିଲାଗି ଆମେ ଆମ ଘର ଓ ଗାଡ଼ି ବିକ୍ରି କରି ଏକ ଭ୍ୟାନ କିଣିଲୁ । ସେଥିରେ ଆମର ପୂରା ପରିବାର ଖୁସିରେ ଦିନ କାଟୁଛନ୍ତି । ଯଦି ଆମର ସଞ୍ଚିତ ଅର୍ଥ କମ୍ ହୋଇଯାଏ ତେବେ ଆମେ କୌଣସି ସ୍ଥାନରେ କିଛି ଛୋଟ କାମ କରିବୁ । ତାହା ମଧ୍ୟ କିଛି ଘଣ୍ଟା ପାଇଁ । ଆମେ ଆମ ପିଲାମାନଙ୍କୁ ବିଦ୍ୟାଳୟ ଶିକ୍ଷା ଦେଉଛୁ ।

Leave A Reply

Your email address will not be published.