Latest Odisha News

କଲମ୍ବୋ: କୋହଲି, କେ.ଏଲଙ୍କ ଭାଗିଦାରୀ କଲା ବଡ଼ ରେକର୍ଡ

କଲମ୍ବୋ: ସୋମବାର ଏସିଆ କପ୍ ସୁପର-୪ ମୁକାବିଲାରେ ବିରାଟ କୋହଲି (ଅପରାଜିତ ୧୨୨) ଓ ଲୋକେଶ ରାହୁଲ (ଅପରାଜିତ ୧୧୧)ଙ୍କ ଧୂଆଁଧାର ଶତକ ବଳରେ ପାକିସ୍ତାନ ବୋଲରକୁ ବଡ ଝଟକା ସାବ୍ୟସ୍ତ ହୋଇଛି। କୋହଲି ଓ ରାହୁଲଙ୍କ ଅପରାଜିତ ୨୩୩ ରନ୍ ବଳରେ ଭାରତ ବାକି ଦିନରେ ୨୫.୫ ଓଭରରେ କୌଣସି ଓ୍ୱିକେଟ ନ ହରାଇ ୨୦୯ ରନ୍ ସଂଗ୍ରହ କରିଥିଲା। ରବିବାର ଲଗାତାର ବର୍ଷା ଯୋଗୁ ମ୍ୟାଚ୍କୁ ରିଜର୍ଭ ଡେ’ରେ ଖେଳାଯାଉଛି।

ପାକିସ୍ତାନ ବିପକ୍ଷରେ ଭାରତ ୩୫୬/୨ର ବିଶାଳ ସ୍କୋର କରିଥିବା ବେଳେ ଉଭୟ କୋହଲି ଓ ରାହୁଲ ଅନେକ ରେକର୍ଡ ଭାଙ୍ଗି ଇତିହାସ ରଚିଛନ୍ତି। ଶତକୀୟ ଇନିଂସ କରି ବିରାଟ କୋହଲି ୧୩୦୦୦ ରନ୍ ପୂରଣ କରିଛନ୍ତି। ସେ ତାଙ୍କ ୨୬୭ ତମ ଇନିଂସରେ ଏହି ସଫଳତା ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ଯିଏକି ୧୩୦୦୦ ରନ ହାସଲ କରିବା ପାଇଁ ୩୨୧ ଇନିଂସ ଖେଳିଥିଲେ।

ସେହିପରି ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ମଧ୍ୟରେ ୨୩୩ ରନର ଅପରାଜିତ ଭାଗିଦାରୀ ମଧ୍ୟ ଦିନିକିଆ ଏସିଆ କପ୍ ଇତିହାସର ସର୍ବାଧିକ ଭାଗୀଦାରି ରହିଛି। ଏହି ଯୋଡ଼ି ୨୦୧୨ରେ ଭାରତ ବିପକ୍ଷରେ ମହମ୍ମଦ ହଫିଜ୍ ଓ ନାସିର ଜାମସେଦଙ୍କ ୨୨୪ ରନର ପାର୍ଟନରସିପକୁ ଭାଙ୍ଗିଛି।

ତୃତୀୟ ଓ୍ୱିକେଟ ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଦିନିକିଆ ରନର ସର୍ବାଧିକ ଭାଗିଦାରୀ ହୋଇଥିଲା। ଏହା ପୂର୍ବରୁ ନବଜୋତ ସିଦ୍ଧୁ ଓ ସଚିନ ତେନ୍ଦୁଲକର ୧୯୯୬ରେ ଦ୍ୱିତୀୟ ଓ୍ୱିକେଟ୍ ପାଇଁ ୨୩୧ ରନ୍ କରିଥିଲେ।

ବିରାଟ କୋହଲିଙ୍କ ୯୪ ବଲ୍ରୁ ଅପରାଜିତ ୧୨୨ ରନ୍ ତାଙ୍କର ଦିନିକିଆ ଏସିଆ କପର ଚତୁର୍ଥ ଶତକ ଥିଲା। କେବଳ ଶ୍ରୀଲଙ୍କାର ପୂର୍ବତନ ଓପନର୍ ସନଥ ଜୟସୁରିୟା (୬)ଙ୍କ ପଛକୁ କୋହଲିଙ୍କ ଏହା ଚତୁର୍ଥ ଶତକ। ସେହିପରି କୁମାର ସାଙ୍ଗାକାରାଙ୍କ ନାମରେ ମଧ୍ୟ ଚାରିଟି ଶତକ ରହିଛି।

କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ବିରାଟ କୋହଲିଙ୍କ ଏହା ଚତୁର୍ଥ ଶତକ। ଏହା ପୂର୍ବରୁ ତାଙ୍କ ସ୍କୋର୍ ଥିଲା ଯଥାକ୍ରମେ ୧୨୮, ୧୩୧ ଓ ୧୧୦।

ତୃତୀୟ ଥର ପାଇଁ ଭାରତର ତିନି ନମ୍ବର ବ୍ୟାଟ୍ସମ୍ୟାନ୍ ଦିନିକିଆରେ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ୧୯୯୯ରେ କେନିଆ ବିପକ୍ଷରେ ରାହୁଲ ଦ୍ରାବିଡ଼ ଓ ସଚିନ ତେନ୍ଦୁଲକର ଏବଂ ୨୦୦୯ରେ କୋଲକାତାରେ ଗୌତମ ଗମ୍ଭୀର ଓ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ଏହି ରେକର୍ଡ କରିଥିଲେ।

Leave A Reply

Your email address will not be published.