Latest Odisha News

BREAKING NEWS

ଦମ୍ପତ୍ତି ବିକ୍ରି କରୁଛନ୍ତି ଭ୍ରୁଣ: ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମେକ୍ସିକୋ: ଆଜିର ସମୟରେ ବିଜ୍ଞାନ ଏତେ ଅଗ୍ରଗତି କରିଛି ଯେ, ଅସମ୍ଭବ ମନେ ହେଉଥିବା ଜିନିଷ ମଧ୍ୟ ସମ୍ଭବ ହୋଇପାରୁଛି । ଏବେ ଲୋକମାନେ ସେମାନଙ୍କର ଶୁକ୍ରାଣୁକୁ ଫ୍ରିଜ୍ କରୁଛନ୍ତି, ଯାହାଦ୍ୱାରା ସେମାନେ ପରବର୍ତ୍ତୀ ସମୟରେ ଏକ ସନ୍ତାନ ପାଇପାରିବେ । ମେକ୍ସିକୋର ଏକ ଦମ୍ପତ୍ତି ମଧ୍ୟ ତାଙ୍କର କିଛି ଭ୍ରୁଣକୁ ଫ୍ରିଜ୍ କରିଥିଲେ, ଯେତେବେଳେ ସେମାନେ ଚାହିଁବେ ସନ୍ତାନ ଜନ୍ମ କରିବାକୁ ସକ୍ଷମ ହୋଇପାରିବେ । କିନ୍ତୁ ବର୍ତ୍ତମାନ ତାକୁ ବିକ୍ରି କରି ରୋଜଗାର କରିବାକୁ ଚାହୁଁଛନ୍ତିି । ଏଥିପାଇଁ ସେ ଏତେ ପରିମାଣର ଚାର୍ଜ କରୁଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ମେକ୍ସିକୋ ବାସିନ୍ଦା ପୋଞ୍ଚୋ ଡି ନିଗ୍ରିସ୍ । ବୃତ୍ତିରେ ସେ ଜଣେ ଟିଭି ଉପସ୍ଥାପିକା ହେବା ସହ ବ୍ୟବସାୟୀ ମଧ୍ୟ । ତାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି । ଏଥିସହ ସୋସିଆଲ୍ ମିଡିଆରେ ମଧ୍ୟ ବେଶ୍ ପ୍ରସିଦ୍ଧ । ସେ ବିଗ୍ ବି-ମେକ୍ସିକୋର ଦ୍ୱିତୀୟ ସିଜନରେ ଅଂଶଗ୍ରହଣ କରି ବହୁ ଖ୍ୟାତି ଅର୍ଜନ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି । କାରଣ ସେ ତାଙ୍କର ଦୁଇଟି ଭ୍ରୁଣକୁ ଫ୍ରିଜ୍ କରିଛନ୍ତି, ଯାହାଦ୍ୱାରା ସେମାନେ ଯେବେ ଚାହିଁବେ ବାପାମାଆ ହୋଇପାରିବେ । ବର୍ତ୍ତମାନ ଏହି ଦମ୍ପତି ଅଧିକ ସନ୍ତାନ ଚାହୁଁ ନାହାଁନ୍ତି, ତେଣୁ ପୋଞ୍ଚୋ ତାଙ୍କର ଦୁଇଟି ଫ୍ରିଜ୍ ଭ୍ରୁଣକୁ ସନ୍ତାନହୀନ ଲୋକଙ୍କୁ ବିକ୍ରୟ କରିବାକୁ ଚାହୁଁଛନ୍ତି । ସେଥିଲାଗି ସେ ଅଧିକ ଚାର୍ଜ କରୁଛନ୍ତି । ତାହାହେଉଛି ୩୨ କୋଟି ଟଙ୍କା । କେବଳ ସେତିକି ନୁହେଁ, ସେମାନଙ୍କ ସନ୍ତାନ ସୁସ୍ଥ ସବଳ ହେବା ସହ ଖୁବ୍ ସୁନ୍ଦର ହେବ ବୋଲି ଗ୍ୟାରେଣ୍ଟି ବି ଦେଉଛନ୍ତି ।

ପୋଞ୍ଚୋ କହିଛନ୍ତି ଯେ, ଆମେ ଫ୍ରିଜ୍ କରିଥିବା ଦୁଇଟି ଯାକ ଭ୍ରୁଣ କନ୍ୟା ଅଟନ୍ତି । ଏହାକୁ ବିକ୍ରି କରି ସନ୍ତାନହୀନ ଲୋକଙ୍କ ମୁହଁରେ ହସ ଦେଖିବାକୁ ଚାହୁଁଛୁି । ଏହି ଦୁଇ କନ୍ୟା ଖୁବ୍ ସୁନ୍ଦର ହେବା ନିଶ୍ଚିତ । ସେଥିଲାଗି ସେମାନେ ଭ୍ରୁଣ ବଦଳରେ ବିପୁଳ ପରିମାଣର ଟଙ୍କା ଦାବି କରୁଛନ୍ତି । ସେମାନେ ଏକ ଭ୍ରୁଣକୁ ୧୬ କୋଟି ଟଙ୍କା ଅର୍ଥାତ୍ ୨ ମିଲିୟନ୍ ଡଲାରରେ ବିକ୍ରି କରିବାକୁ ଚାହୁଁଛନ୍ତି । ଏହି ଅନୁଯାୟୀ, ସେମାନେ ଉଭୟ ଭ୍ରୁଣକୁ ୩୨ କୋଟିରେ ବିକ୍ରି କରିବେ ବୋଲି ସ୍ଥିର କରିଛନ୍ତି ।

Leave A Reply

Your email address will not be published.