Latest Odisha News

BREAKING NEWS

ବଲାଙ୍ଗିର ଫେକ୍ ସାର୍ଟିଫିକେଟ ପଛରେ ବୋର୍ଡ କର୍ମଚାରୀ !

ବଲାଙ୍ଗିର: ବଲାଙ୍ଗିର ସହ ରାଜ୍ୟର ବିଭିନ୍ନ ଜାଗାରେ ଫେକ୍ ସାର୍ଟିଫିକେଟ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ସାଂଘାତିକ ତଥ୍ୟ ମିଳିଛି । ଫେକ୍ ସାର୍ଟିଫିକେଟ ରାକେଟରେ ବୋର୍ଡ କର୍ମଚାରୀଙ୍କ ହାତ ଥିଲା ବୋଲି ସୂଚନା ମିଳିଛି ।

ଫେକ୍ ସାର୍ଟିଫିକେଟର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସହ ଦିଲ୍ଲୀ ଏବଂ ପଞ୍ଜାବ ଯାଇଥିଲା କ୍ରାଇମବ୍ରାଞ୍ଚ । ଉତ୍ତର ପ୍ରଦେଶ ଉଚ୍ଚମାଧ୍ୟମିକ ବୋର୍ଡକୁ ଯାଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିଥିଲା । ତଦନ୍ତ ବେଳେ ଜଣାପଡ଼ିଛି ଏଠିକାର ଦଲାଲ ସହ ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ଲିଙ୍କ୍ ରହିଛି ।

ଦଲାଲ୍ ଓ ୟୁପି ବୋର୍ଡ କର୍ମଚାରୀଙ୍କ ସଲାସୁତୁରାରେ ଫେକ୍ ସାର୍ଟିଫିକେଟ ରାକେଟ ଚାଲିଥିଲା ବୋଲି ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । ୟୁପି ବୋର୍ଡ କର୍ମଚାରୀ ଫାଙ୍କା ସାର୍ଟିଫିକେଟ୍ ପଠାଉଥିବା ବେଳେ ଟଙ୍କା ଅନୁସାରେ ଏଠି ମାର୍କ ଚଢ଼ାଉଥିଲେ ଦଲାଲ୍ ।

ତେବେ ୟୁପି ବୋର୍ଡର କେଉଁ କେଉଁ କର୍ମଚାରୀ ଏଥିରେ ସମ୍ପୃକ୍ତ । ଗିରଫ ୪ ଜଣଙ୍କ ଛଡ଼ା ଓଡ଼ିଶାର ଆଉ କେଉଁ ଦଲାଲଙ୍କ ଏଥିରେ ସମ୍ପୃକ୍ତି ରହିଛି । ଏସବୁ ଦିଗରେ ଅଧିକ ତଦନ୍ତ ଓ ସମ୍ପୃକ୍ତ କର୍ମଚାରୀଙ୍କୁ ଠାବ ପାଇଁ ପୁଣି କ୍ରାଇମବ୍ରାଞ୍ଚ ଉତ୍ତରପ୍ରଦେଶ ଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.