ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକ ଭିନ୍ନ ଏବଂ ନୂଆ ପ୍ରକାରର କ୍ୟାରିୟର୍ ଖୋଜୁଛନ୍ତି। ଲୋକ ଏବେ କେବଳ ଡାକ୍ତର-ଇଞ୍ଜିନିୟର କିମ୍ବା ସରକାରୀ ଚାକିରି ନୁହେଁ, ବରଂ ଅନେକ ଏପରି କାର୍ଯ୍ୟ ରହିଛି ଯାହା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି ଯେଉଁଥିରେ ଉଚ୍ଚ ଆୟ ରହିଛି। ଏହିସବୁ ମଧ୍ୟରେ ଗୋଟିଏ ହେଉଛି ଡାଇମଣ୍ଡ୍ ଚେକ୍ କରିବାର ଚାକିରି। ଏହାକୁ ଡାଇମଣ୍ଡ୍ ଗ୍ରେଡିଂ ମଧ୍ୟ କୁହାଯାଏ। କାମ ଶୁଣିବାରେ ଯେତେ ସହଜ ଲାଗେ, ସେତେ ହିଁ କଠିନ ହୋଇଥାଏ ଏହାର କାମ । ଏଥିପାଇଁ ଅନେକ ପ୍ରଶିକ୍ଷଣ ନେବାକୁ ପଡ଼ିଥାଏ। କିନ୍ତୁ ଲୋକ ଅନେକ ସମୟରେ ଏହା ଜାଣନ୍ତି ନାହିଁ ଯେ ଏହି ଚାକିରି ପାଇଁ କେଉଁ ପ୍ରକାରର କୋର୍ସ୍ କରିବା ଆବଶ୍ୟକ। ଏବଂ କୋର୍ସ୍ କରିବା ପରେ ସେମାନଙ୍କୁ ଏଥିରେ କେତେ ସଲାରି ମିଳିପାରେ। ତେଣୁ ଆସନ୍ତୁ ଜାଣିବା ଯେ ଏହି କ୍ଷେତ୍ରରେ କେଉଁ କୋର୍ସ୍ ଆବଶ୍ୟକ ଏବଂ ଚାକିରିର କ୍ୟାରିୟର୍ ସୁଯୋଗ କଣ ରହିଛି ।
ଡାଇମଣ୍ଡ୍ ଚେକ୍ କରିବା ପାଇଁ କେଉଁ କୋର୍ସ୍ କରିବା ଆବଶ୍ୟକ?
ହୀରାର ପରୀକ୍ଷା କରିବା ଏବଂ ତାହାର ଗୁଣବତ୍ତା ଯାଞ୍ଚ ଖୁବ କଠିନ କାମ ହୋଇଥାଏ। ଏଥିପାଇଁ ବିଶେଷ ପ୍ରଶିକ୍ଷଣ ଆବଶ୍ୟକ ହୋଇଥାଏ। ଏଥିପାଇ ଜେମୋଲୋଜି ଏବଂ ଡାଇମଣ୍ଡ୍ ଗ୍ରେଡିଂ ସହିତ ଜଡ଼ିତ କୋର୍ସ ଆବଶ୍ୟକ। ଭାରତରେ ଅନେକ ସ୍ଥାନରେ ଏପରି କୋର୍ସ୍ କରାଯାଏ। ଯେପରିକି ଜେମୋଲୋଜିକାଲ୍ ଇନସ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଡାଇମଣ୍ଡ୍ ଇନସ୍ଟିଟ୍ୟୁଟ ଏବଂ ଇଣ୍ଟରନେସନାଲ୍ ଜେମୋଲୋଜିକାଲ୍ ଇନସ୍ଟିଚ୍ୟୁଟ ରହିଛି। ଏହି କୋର୍ସଗୁଡ଼ିକର ଅବଧି ୩ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ହୋଇଥାଏ। ଏଥିରେ ଶିଖାଯାଏ ଯେ ଅସଲ-ନକଲି ହୀରାରେ ପାର୍ଥକ୍ୟ କିପରି କରିବା, ରଙ୍ଗ, କଟ୍, କ୍ଲେରିଟି ଏବଂ କେରାଟ୍ ଭ୍ୟାଲୁ କିପରି ପହଞ୍ଚାନ୍ତି। ଏହି କୋର୍ସ୍ ସମାପ୍ତ କରିବା ପରେ ଆପଣ ଡାଇମଣ୍ଡ୍ ଗ୍ରେଡର୍ କିମ୍ବା ଡାଇମଣ୍ଡ୍ କ୍ୟୁଆଲିଟି ଏନାଲିସ୍ଟ୍ ଭାବେ ଜୁଏଲାରି କମ୍ପାନୀଗୁଡ଼ିକରେ କାମ କରିପାରିବେ।
ଡାଇମଣ୍ଡ୍ ଚେକ୍ କରୁଥିବା ଲୋକଙ୍କୁ କେତେ ସଲାରି ମିଳେ?
ଏହି ଚାକିରିରେ ସଲାରି ଆପଣଙ୍କର ସ୍କିଲ୍ ଏବଂ ଅନୁଭବ ଉପରେ ନିର୍ଭର କରେ। ଯଦି ଆପଣ ଆରମ୍ଭ କରୁଛନ୍ତି, ତେବେ ପ୍ରତି ମାସ ୧୫,୦୦୦ ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ। ଯେତେବେଳେ ଆପଣଙ୍କର ଅନୁଭବ ବଢ଼ିଯାଏ ଏବଂ କାମରେ ଆପଣ ନିପୁଣ ହୋଇଯିବେ, ତେବେ ସଲାରି ମଧ୍ୟ ବଢ଼ିଥାଏ। କେତେକ ବର୍ଷ ପରେ ଆପଣଙ୍କର ଆୟ ୫୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ହୋଇପାରେ। ବଡ଼ ଜୁଏଲ୍ରି କମ୍ପାନୀଗୁଡ଼ିକ ଏବଂ ଏକ୍ସପୋର୍ଟ୍ ହାଉସ୍’ରେ ପ୍ୟାକେଜ୍ ମଧ୍ୟ ଅଧିକ ଭଲ ମିଳେ। ଯଦି ଆପଣଙ୍କୁ ବିଦେଶରେ କାମ କରିବାର ସୁଯୋଗ ମିଳିଯାଏ, ତେବେ ସେଠାରେ ଆପଣଙ୍କର ସଲାରି ଲକ୍ଷରେ ହୋଇପାରେ।
Comments are closed.