Latest Odisha News

BREAKING NEWS

ନୟାଗଡ ଥାନା ଆକ୍ରମଣ ଘଟଣା: ମାଓ ନେତା ସବ୍ୟସାଚୀ ଓ ତାଙ୍କ ଦୁଇ ସହଯୋଗୀ ନିର୍ଦ୍ଦୋଷରେ ଖଲାସ

ନୟାଗଡ: ୨୦୦୮ ମସିହାରେ ନୟାଗଡ ଜିଲ୍ଲା  ପୋଲିସ  ଥାନା ଉପରେ ହୋଇଥିବା ମାଓ ଆକ୍ରମଣ ଘଟଣାରେ ମାଓନେତା ସବ୍ୟସାଚୀ ପଣ୍ଡା ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ପ୍ରମାଣ ଅଭାବରୁ ତିନି ମାଓବାଦୀଙ୍କୁ ଛାଡ କରିଛନ୍ତି କୋର୍ଟ ।

ମାଓ ନେତାଙ୍କ ପାଇଁ ଲଢୁଥିଲା ଆଇନଜିବୀ ଅମୀୟ ପଟ୍ଟନାୟକ ସୋମବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନୟାଗଡ ଜିଲ୍ଲା ଦୌରାଜଜ ସବ୍ୟସାଚୀଙ୍କ ସମେତ ପ୍ରତାପ କିମ୍ବିକା ଏବଂ ମଞ୍ଜୁଲତା ମୁଦୁଲିଙ୍କୁ ପ୍ରମାଣ ଅଭାବରୁ ମୁକ୍ତି ଦେଇଛନ୍ତି । କୋର୍ଟ ଏହି ମାମଲାରେ ୫୧ ଜଣ ସାକ୍ଷୀଙ୍କ ମତ ଗ୍ରହଣ କରିବା ପରେ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ।

ସୂଚନାଥାଉ କି, ୨୦୦୮ ଫେବୃଆରୀ ୧୫ ତାରିଖ ରାତିରେ ନକ୍ସଲମାନେ ଏକ ବଡ ଧରଣର ଆକ୍ରମଣ କରିଥିଲେ । ମାଓ ଆକ୍ରମଣରେ ୧୩ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକଙ୍କୁ ମିଶାଇ ମୋଟ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା । ୧୦ ଜଣ ଆହତ ହୋଇଥିଲେ । ମାଓବାଦୀମାନେ ଖୁବ ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରିଥିଲେ । ପୁରା ସହରକୁ ଅବରୋଧ କରି ସେମାନ ଏହି ଆକ୍ରମଣ କରିଥିଲେ ।

ରାତି ଅନ୍ଧାରରେ ମହିଳା କ୍ୟାଡର ସମେତ ପ୍ରାୟ ୧୦୦ ଜଣ ନକ୍ସଲଙ୍କ ଏକ ଗୋଷ୍ଠୀ ବୋମା ଓ ଅସ୍ତ୍ରଶସ୍ତ୍ର ସହିତ ଆକ୍ରମଣ କରି ପୋଲିସ ଟ୍ରେନିଂ ସ୍କୁଲ, ଜିଲ୍ଲା ଅସ୍ତ୍ରଶସ୍ତ୍ର ଏବଂ ନୟାଗଡ଼ର ଏକ ପୋଲିସ ଷ୍ଟେସନ ଏବଂ ଦଶପଲ୍ଲାର ଏକ ପୋଲିସ ଷ୍ଟେସନକୁ ଟାର୍ଗେଟ କରିଥିଲେ। ସେମାନେ ଟ୍ରକ୍ ଏବଂ ସେମାନଙ୍କ ଦ୍ୱାରା ଅପହରଣ ହୋଇଥିବା ଏକ ବସ୍‌ରେ ଏକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଲୁଟି ନେଇ ପଳାଇଥିଲେ ।

ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ଏହି ଆକ୍ରମଣର ମୁଖ୍ୟଭାବେ ସବ୍ୟସାଚୀଙ୍କୁ ପୋଲିସ ବରହମପୁରରୁ ଗିରଫ କରିଥିଲା । ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା କ୍ରାଇମ ବ୍ରାଞ୍ଚ ଏହି ଆକ୍ରମଣ ପଛରେ ମାଷ୍ଟରମାଇଣ୍ଡ ଭାବରେ ବିବେଚିତ ସାବ୍ୟସାଚୀଙ୍କୁ ବରହମପୁରରୁ ଗିରଫ କରିଥିଲା।

 

Comments are closed.