Latest Odisha News

BREAKING NEWS

ସାବତ ବାପାର ନିଷ୍ଠୁରତା: ୩ ବର୍ଷର ପୁଅକୁ କଫ ସିରଫ ବଦଳରେ ପିଆଇଦେଲା ବିଷ

ନବରଙ୍ଗପୁର: ସେ ଜନ୍ମକଲା ବାପା ନ ଥିଲା । ସେଥିପାଇଁ ବୋଧହୁଏ ଏତେ ନିଷ୍ଠୁର ହୋଇଗଲା । ୩ ବର୍ଷର ପୁଅ କାଶରେ ଛଟପଟ ହେଉଥିବାବେଳେ ତାକୁ କଫସିରଫ ବଦଳରେ ବିଷ ଦେଇଦେଲା । ଏମିତି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ । ରାଇଘର ବ୍ଲକ ଅନ୍ତର୍ଗତ କସକଙ୍ଗା ପଂଚାୟତର ଜଡ଼ାପାରା ଅଞ୍ଚଳରେ  ସାବତ ବାପା ତାଙ୍କର ୩ ବର୍ଷର ପୁଅକୁ କଫସିରଫ ଦେବା ବଦଳରେ ବିଷ ଦେଇ ମାରିଦେଇଛି ।

ଏଇ ନିଷ୍ଠୁର ବାପା ଜଣକ ହେଲେ ବିଶ୍ୱନାଥ ଗଣ୍ଡ । ବିଶ୍ୱନାଥଙ୍କ ବିରୋଧରେ ତାଙ୍କର ପତ୍ନୀ ଗାୟତ୍ରୀ ଗଣ୍ଡ ଆଣିଛନ୍ତି ଏପରି ଅଭିଯୋଗ । ୩ ମାସ ପୂର୍ବେ ବିଶ୍ୱନାଥ ଗାୟତ୍ରୀଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପୂର୍ବରୁ ଗାୟତ୍ରୀଙ୍କର ୩ ମାସ ପୁ୍ଅ ଥିବା ସେ ଜାଣିଥିଲେ  । ତଥାପି ବିବାହ ପରେ ସେ ପୁଅକୁ ସହି ପାରୁ ନ ଥିଲେ । ଗତକାଲି  କୁନି ପୁଅଟିର ଥଣ୍ଡା ଓ କାଶ ହେଉଥିଲା  । ବିଶ୍ୱନାଥ ଗାଁରେ କ୍ୱାକ ଭାବେ କାମ କରନ୍ତି । ପୁଅର କାଶ ଓ ଥଣ୍ଡା ହେବାରୁ ଗାୟତ୍ରୀ ତାଙ୍କୁ ଔଷଧ ଆଣିବାକୁ କହିଥିଲେ । ବିଶ୍ୱନାଥ ଏକ ଔଷଧ ଆଣି ପୁଅକୁ ଖାଇବାକୁ ଦେଇଥିଲେ  । ପରେ ଏହି ବୋତଲକୁ ବହୁତ ଦୂରକୁ ଫିଙ୍ଗି ଦେଇଥିଲେ   ।  ଏହି ଔଷଧ ଖାଇବାରୁ କିଛି ସମୟ ପରେ ଶିଶୁପୁତ୍ର ବାନ୍ତି କରିଥିଲା । କିଛି ସମୟ ପରେ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା ।

ପରେ ଶିଶୁଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ପୁଅର ମୃତ୍ୟୁ ପରେ ବିଶ୍ୱନାଥ ଫେରା ହୋଇ ଯାଇଥିଲା  । ପୋଲିସ ତାକୁ ଛତିଗଡ ସୀମାରୁ  ଗିରଫ କରିଥିଲା । ତେବେ ଶିଶୁପୁତ୍ରର ମୃତ୍ୟୁ କେଉଁ କାରଣରୁ ଘଟିଛି ଜଣା ପଡି ନ ଥିଲେ ହେଁ ଗାୟତ୍ରୀ ଅଭିଯୋଗ କରିଛନ୍ତି, ତାଙ୍କ ପୁଅକୁ ବିଶ୍ୱନାଥ କାଶ ଔଷଧ ବଦଳରେ ବିଷ ଦେଇ ମାରି ଦେଇଛନ୍ତି । ଶିଶୁପୁତ୍ରର ମୃତ ଦେହକୁ କୁନ୍ଦେଇ ପୁଲିସ ଜବତ କରିବା ସହିତ  ବାପା ବିଶ୍ୱନାଥକୁ ଗିରଫ କରି କୋର୍ଟ ଚାଲାଣ କରିଛି |

Leave A Reply

Your email address will not be published.