ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ତଥା ମ୍ୟାନମାରର ବହିଷ୍କୃତ ନେତା ଆଙ୍ଗ ସୁ କ୍ୟୁଇଙ୍କୁ ସ୍ଥାନୀୟ କୋର୍ଟ ଅତିରିକ୍ତ ୬ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛି । ପୂର୍ବରୁ ତାଙ୍କୁ ୪ ବର୍ଷ ଜେଲ ହୋଇଥିଲା । କୋର୍ଟର ଏହି ଦଣ୍ଡାଦେଶ ସୁ କ୍ୟୁଇଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ସୁଙ୍କ ଯୋଗୁ ଦେଶର ୧୩ ମିଲିୟନ ଡଲାର କ୍ଷତି ହୋଇଛି । ସେ ଲୋକଙ୍କ ଦାନ ଅର୍ଥକୁ ଅପବ୍ୟବହାର କରିଥିଲେ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି । ସୁଚନାଯୋଗ୍ୟ, ମ୍ୟାନମାରରେ ସେନା ଶାସନ ଭାର ହାତମୁଠାକୁ ନେବା ପରଠାରୁ ଚତୁର୍ଥ ଥର ଦଣ୍ଡାଦେଶ ଶୁଣାଇଛି । ସୁ ଲୋକଙ୍କ ଅର୍ଥକୁ ନିଜ ଘର ନିର୍ମାଣରେ ବ୍ୟବହାର କରିଥିଲେ । ସେହିପରି କମ ଦାମରେ ସେ ଜମି ଅଧିଗ୍ରହଣ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଅପରପକ୍ଷରେ ସୁ କ୍ୟୁଇ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
BREAKING NEWS
- ଫ୍ରାନ୍ସରେ ହିଂସାତ୍ମକ ଆନ୍ଦୋଳନ: ଭାରତୀୟ ଦୂତାବାସର ପରାମର୍ଶ – “ସତର୍କ ରୁହନ୍ତୁ “
- Indian embassy issues advisory:’ସତର୍କ ରୁହନ୍ତୁ, ହିଂସାକାଣ୍ଡ ଘଟୁଥିବା ସ୍ଥାନରୁ ଦୂରେଇ ରୁହନ୍ତୁ’: ଫ୍ରାନ୍ସର ବିକ୍ଷୋଭ ମଧ୍ୟରେ ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି
- ମା’ଙ୍କ ଭସାଣି ପାଇଁ ବ୍ୟାପକ ବ୍ୟବସ୍ଥା ; ଏପଟେ ଡିଜେ ବଜାଇଲେ କଡ଼ା କର୍ଯ୍ୟାନୁଷ୍ଠାନ
- Govt Committed To Resolve Kotia Dispute:କୋଟିଆ ପ୍ରସଙ୍ଗ:ଆଡଭୋକେଟ୍ ଜେନେରାଲ ଏବଂ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ବୈଠକ
- ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ବିଜୟ ପାଇଁ ଟିମ ଇଣ୍ଡିଆ ଅପେକ୍ଷା କରିଥିଲା ୧୦ ବର୍ଷ
- କେମିକାଲ ଓ ପେଟ୍ରୋକେମିକାଲ୍ସ ହବ୍ ହେବାକୁ ଓଡ଼ିଶାର ଉଦ୍ୟମ; ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର

Comments are closed.