Latest Odisha News

BREAKING NEWS

ଓମିକ୍ରନ ପାଇଁ ମଡର୍ଣ୍ଣା ଉପଯୁକ୍ତ; ବ୍ରିଟେନରୁ ଆସିଲା ଅନୁମତି

ଭୁବନେଶ୍ୱର: ଏବେ ସଂକ୍ରମଣ ହେଉଥିବା ଓମିକ୍ରନ ପାଇଁ ମଡର୍ଣ୍ଣା ଟୀକା ଉପଯୁକ୍ତ । ସୋମବାର ବ୍ରିଟେନ ଏହାକୁ ଅନୁମତି ଦେଇଛି । ଏହି ଟୀକା ବର୍ତ୍ତମାନ ସଂକ୍ରମଣ ବଢ଼ାଉଥିବା ଓମିକ୍ରନ ଏବଂ ପୂର୍ବ ମୂଳ କୋଭିଡ-୧୯ ଭାଇରସକୁ ପ୍ରତିହତ କରିବା ପାଇଁ ସମର୍ଥ ବୋଲି ବ୍ରିଟେନର ଏମଏଚଆରଏ(ମେଡିସିନ ଆଣ୍ଡ ହେଲଥକେୟାର ପ୍ରଡକ୍ଟସ ରେଗୁଲେଟରୀ ଏଜେନ୍ସୀ) କହିଛି ।

ବ୍ରିଟେନର ଏମଏଚଆରଏ କହିଛି ଯେ- ମଡର୍ଣ୍ଣା ସୁରକ୍ଷା, ଗୁଣବତ୍ତା ଏବଂ ଧାର୍ଯ୍ୟ ମାନକ ପୂର୍ଣ୍ଣ କରିବା ପରେ ଏହାକୁ ଅନୁମତି ମିଳିଛି । ପରୀକ୍ଷା ଉଦ୍ୟମରେ ମଡର୍ଣ୍ଣା ଶରୀରରେ ଏକ ଦୃଢ଼ ରୋଗ ନିରୋଧ ଶକ୍ତି ସୃଷ୍ଟି କରୁଛି ବୋଲି ଏମଏଚଆରଏ କହିଛି । ଏହା ଉଭୟ ଓମିକ୍ରନ ଏବଂ ମୂଳ କୋଭିଡ-୧୯ ଭୂତାଣୁକୁ ପ୍ରତିହତ କରିପାରିବ ବୋଲି କୁହାଯାଇଛି ।

ଗତ ଜୁନ୍ ମାସରେ ମଡର୍ଣ୍ଣା ପକ୍ଷରୁ କୁହାଯାଇଥିଲା ଯେ, ଏକ ନୂଆ ବୁଷ୍ଟର ଆସିଛି । ଯାହା ପ୍ରଥମ ମଡର୍ଣ୍ଣା ଅପେକ୍ଷା ଅଧିକ ଅଧିକ କ୍ରିୟାଶୀଳ । ଏହି ବୁଷ୍ଟର ଡୋଜ ଶରୀରରେ ଏକ ଦୃଢ଼ ରୋଗ ପ୍ରତିରୋଧ ଶକ୍ତି ତିଆରି କରୁଛି ବୋଲି ଟୀକା କମ୍ପାନୀ ପକ୍ଷରୁ କୁହାଯାଇଥିଲା ।

Leave A Reply

Your email address will not be published.