Latest Odisha News

BREAKING NEWS

କର୍ଣ୍ଣାଟକ ଯୌନ ଶୋଷଣ ମାମଲା: ଏଚଡି ରେବନ୍ନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍ ବିଧାୟକ ଏଚଡି ରେବନ୍ନାଙ୍କୁ ମିଳିଲା ଜାମିନ । ଅପହରଣ ମାମଲାରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଏଚଡି ରେବନ୍ନାଙ୍କୁ ଜାମିନ ପ୍ରଦାନ କରାଯାଇଛି । କର୍ଣ୍ଣାଟକ ଅପହରଣ ମାମଲାରେ ଗିରଫ ହୋଇଥିବା ଜନତା ଦଳର ବିଧାୟକ ଏଚଡି ରେବନ୍ନାଙ୍କୁ ସୋମବାର ବେଙ୍ଗାଲୁରୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ତେବେ ଏସଆଇଟିକୁ ତଦନ୍ତରେ ସହଯୋଗ କରିବାକୁ ପଡିବ ବୋଲି ରେବନ୍ନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ, ପ୍ରମାଣକୁ ନଷ୍ଟ କରିବାକୁ କିମ୍ବା ଟାମ୍ପରିଂ କରିବାକୁ ଯେପରି ଚେଷ୍ଟା ନ କରାଯାଏ । ଦୁଇଟି ସାକ୍ଷୀ ସହିତ ଜେଡିଏସ ନେତାଙ୍କୁ କୋର୍ଟରେ ୫ ଲକ୍ଷ ଟଙ୍କା ବଣ୍ଡ ଦେବାକୁ ପଡିବ । ତେବେ ଆସନ୍ତାକାଲି ରେବନ୍ନାଙ୍କ ହେପାଜତ ଅବଧି ଶେଷ ହେବାକୁ ଯାଉଛି ।

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ଯୌନ କେଳେଙ୍କାରୀ ମାମଲାରେ ଜେଡି(ଏସ୍) ବିଧାୟକ ରେବନ୍ନାଙ୍କୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (SIT) ପକ୍ଷରୁ ମେ ୪ ତାରିଖରେ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ଅଭିଯୋଗ ଅଛିଯେ, ସେ ପୁଅ ପ୍ରଜ୍ଜ୍ବଳା ରେବନ୍ନାଙ୍କ ସହ ମିଶି ମହିଳାଙ୍କ ଯୌନ ଶୋଷଣ କରିବା ସମୟରେ ଭିଡିଓ କରୁଥିଲେ ।

Comments are closed.