Latest Odisha News

BREAKING NEWS

ଆଶାରାମ ବାପୁଙ୍କୁ ମିଲିଲା ଅନ୍ତରୀଣ ଜାମିନ୍

ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ମିଳିଲା ବଡ ଆଶ୍ବସ୍ତି । ଦୁଷ୍କର୍ମ ମାମଲାରେ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ କୋର୍ଟ । ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଧର୍ମଗୁରୁ ତଥା ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ୮୫ ବର୍ଷୀୟ ଆଶରାମ ବାପୁଙ୍କୁ ଜେଲରୁ ମୁକୁଳିବା ପରେ ପ୍ରମାଣ ସହିତ ହେରଫେର ନକରିବାକୁ ନିର୍ଦ୍ଦେଶ ଦେିଛନ୍ତି ସୁପ୍ରିମକୋର୍ଟ । ଏତିସହିତ ସେ ତାଙ୍କ ଅନୁଗାମୀଙ୍କୁ ଭେଟିପାରିବେ ।

ତେବେ ଗତ ବର୍ଷ ଫେବୃଆରୀରେ ବାପୁଙ୍କୂ ହାର୍ଟଆଟାକ ଆସିଥିବା ବେଳେ ସେଥିପାଇଁ ସେ ଯୋଧପୁରର ଆରୋଗ୍ୟ ମେଡିକାଲ ସେଣ୍ଟରେ ଏଥିପାଇଁ ଚିକିତ୍ସାରତ ଅଛନ୍ତି । ଏବେ ସେ ଯୋଧପୁର ସେଣ୍ଟ୍ରାଲ ଜେଲରେ ତାଙ୍କ ସଜା କାଟୁଛନ୍ତି । ତେବେ ସେ ଜଣେ ହାର୍ଟ ରୋଗୀ ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏଥିସହିତ ତାଙ୍କ ବେଲ୍ ବେଳେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ କହିରଖୁଛୁ, ଆତ୍ମଘୋଷିତ ବାବା ଆଶାରାମ ବାପୁ ୧୦ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଇ ଯୋଧପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ୨୦୧୩ରେ ଯୋଧପୁର ସ୍ଥିତ ତାଙ୍କ ଆଶ୍ରମରେ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଆଶାରାମ ବାପୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।  ୨୦୧୮ରେ ଯୋଧପୁର ଟ୍ରାଏଲ କୋର୍ଟ ତାକୁ ଆଉ ଏକ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଜେଲ ପଠାଇ ଦେଇଥିଲେ। ସେହି ସମୟରେ ୭୭ ବର୍ଷୀୟ ଆଶାରାମକୁ ଆଇପିସିର ୩୭୬ ଓ ପକସୋ ଆକ୍ଟ ବଳରେ ଦଣ୍ଡବିଧାନ କରାଯାଇଥିଲା। ୨୦୧୩ ଅଗଷ୍ଟରେ ପୁଲିସ୍‌ ପ୍ରଥମେ ଆଶାରାମକୁ ଇନ୍ଦୋରରୁ ଗିରଫ କରିଥିଲା। ଏହାପରେ ତାକୁ ଯୋଧପୁର ଅଣାଯାଇଥିଲା ।

ପରେ ୨୦୨୩ରେ ଗୁଜରାଟର ଗୋଟିଏ କୋର୍ଟ ଆଶାରାମକୁ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୪୨, ୩୫୪ଏ, ୩୭୦(୪), ୩୭୬, ୫୦୬ ଓ ୧୨୦(ବି) ଲଗାଯାଇ ତଦାନୁଯାୟୀ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହାପରେ ଗତ ଡିସେମ୍ବରରେ ସ୍ବାସ୍ଥ୍ୟଗତ ପରୀକ୍ଷଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୭ ଦିନର ପାରୋଲରେ ପୁନେ ଯାଇଥିଲେ ଆଶାରାମ । ଏହାପରେ ପୁଣି ଜାନୁଆରୀ ୧ରେ ସେ ଯୋଧପୁର ଜେଲକୁ ଫେରିଥିଲେ ।

Leave A Reply

Your email address will not be published.