Latest Odisha News

BREAKING NEWS

ଘରୋଇ ହିଂସା ମାମଲା; ଅନୁଭବଙ୍କୁ କୋର୍ଟଙ୍କ ନୋଟିସ୍‌

କଟକ: ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କୁ ଘରୋଇ ହିଂସା ମାମଲାରେ କଟକ ଏସଡିଜିଏମ୍ କୋର୍ଟ ନୋଟିସ୍ ଜାରି କରିଛନ୍ତି ।

ସୂଚନାନୁଯାୟୀ ନିକଟ ଅତୀତରେ ଏହି ବିଜେଡି ସାଂସଦ ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂସା ନେଇ କୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲେ । ଯାହାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ମାସ ୧୨ ତାରିଖରେ କରିବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।

ସେହିପରି ଅନୁଭବ ମଧ୍ୟ ଛାଡ ପତ୍ର ପାଇଁ ଗତ ଜୁଲାଇରେ ଦିଲ୍ଲୀର ପଟିଆଲା କୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲେ । ଯାହାକୁ ଆଧାର କରି ଦିଲ୍ଲୀ ଫ୍ୟାମିଲି କୋର୍ଟ ମଧ୍ୟ ହାଜର ହେବା ପାଇଁ ବର୍ଷାଙ୍କୁ ସମନ କରିଥିବା ସୂଚନା ମିଳିଛି ।

ଆହୁରି ମଧ୍ୟ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ସ୍ୱାମୀ ଅନୁଭବ କରିଥିବା ପିଟିସନକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତରିତ କରିବା ଲାଗି ପତ୍ନୀ ବର୍ଷା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

Comments are closed.