Latest Odisha News

BREAKING NEWS

Jatra actor piyush: କୋର୍ଟ ଦେଲେ ଅନୁମତି, ପୁଣି ମଞ୍ଚରେ ଦମ ଦେଖାଇବେ ପୀୟୂଷ

ଭୁବନେଶ୍ୱର: ଏବେ ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି ମିଳିଛି । ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ କୋର୍ଟ ଉଠାଇଥିବା ଜଣାପଡିଛି । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପକୁ ନେଇ ଉପୁଜିଥଲା ବିବାଦ।

ସେପଟେ ଏଖବର ଆସିବା ପରେ ପୀୟୂଷଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଆଗକୁ ଖଣ୍ଡଗିରି ଯାତ୍ରା ମହାସମର ଆସୁଥିବାବେଳେ ପୀୟୂଷଙ୍କ କ୍ରେଜ୍ ଦେଖିବାକୁ ମିଳିବ । ବର୍ତ୍ତମାନ ସିଂହବାହିନୀରେ ଅଭିନୟ କରୁଛନ୍ତି ପୀୟୂଷ ।

ସୂଚନାଥାଉକି, ଚୁକ୍ତି ଖିଲାପକୁ ନେଇ ଅପେରା ସୂର୍ଯ୍ୟ ମନ୍ଦିର ପକ୍ଷରୁ କୋର୍ଟରେ ମାମଲା ଦାୟର ହୋଇଥିଲା । ସୂର୍ଯ୍ୟ ମନ୍ଦିର ପକ୍ଷରୁ ଅଭିଯୋଗ ହୋଇଥିଲା ଯେ, ପୀୟୂଷ ଚୁକ୍ତି ଅନୁଯାୟୀ ସର୍ତ୍ତ ପୂରଣ ନକରି ଅନ୍ୟ ପାର୍ଟିକୁ ଯାଇଛନ୍ତି। ଏମିତିରେ କୋର୍ଟ ଏହି ମାମଲାର ଶୁଣାଣି ନସରିବା ପର୍ଯ୍ୟନ୍ତ ପୀୟୂଷଙ୍କ ମଞ୍ଚ ଚଢ଼ିବା ଉପର କଟକଣା ଲଗାଇଥିଲେ। ଆଜି ଶୁଣାଣି ପୀୟୂଷଙ୍କ ସପକ୍ଷରେ ଯାଇଥିବାବେଳେ ସେ ପୁଣିଥରେ ଅଭିନୟ ଜାରି ରଖିବେ ।

Comments are closed.