Latest Odisha News

କୋର୍ଟ କଫି ସପ୍ ନୁହେଁ; କାହିଁକି ଏଭଳି କହିଲେ ସିଜେଆଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ବେଞ୍ଚ ସୋମବାର ଗୋଟିଏ ପରେ ଗୋଟିଏ ପିଟିସନର ଶୁଣାଣି କରିଥିଲେ। ଏହି ସମୟରେ ସେ ଆଇନଜୀବୀଙ୍କ ଏକ କଥାକୁ ନେଇ ବର୍ଷି ଥିଲେ।

ଏହାକୁ ନେଇ ରାଗି ଯାଇଥିଲେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ୍‌। ପ୍ରଧାନ ବିଚାରପତି ଅଦାଲତରେ କହିଛନ୍ତି ଯେ YA, YA, YA … କୁହ ନାହିଁ, ଏହା କଫି ସପ୍ ନୁହେଁ, ଏହା ଏକ କୋର୍ଟ । ‘YA’ କହୁଥିବା ଲୋକ ମୋ ପାଇଁ ଆଲର୍ଜି। ସିଜେଆଇଙ୍କ ମନ୍ତବ୍ୟ ପରେ ଓକିଲ ମରାଠୀରେ କହିବା ଆରମ୍ଭ କରିଥିଲେ। ତେଣୁ ସେ ମଧ୍ଯ ତାଙ୍କୁ ମରାଠୀରେ ବୁଝାଇଥିଲେ। ଏପରିକି ନ୍ୟାୟିକ ପ୍ରକ୍ରିୟାରେ ଆନୁଷ୍ଠାନିକ ଭାଷାର ଆବଶ୍ୟକତା ଉପରେ ଆଲୋକପାତ କରି ସିଜେଆଇ ଏହା ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଉଲ୍ଲେଖଯୋଗ୍ୟ, ଆବେଦନକାରୀ ପୂର୍ବତନ ସିଜେଆଇ ରଂଜନ ଗୋଗୋଇଙ୍କ ବିରୋଧରେ ତଦନ୍ତ ଦାବି କରି କହିଥିଲେ ଯେ ସେ ପକ୍ଷପାତିତା କରିଛନ୍ତି। ସୁପ୍ରିମକୋର୍ଟ ଏହି ଘଟଣାର ତଦନ୍ତ କରନ୍ତୁ।

ତେବେ ଏହି ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଆଇନଜୀବୀଙ୍କୁ ପିଟିସନରୁ ପୂର୍ବତନ ସିଜେଆଇଙ୍କ ନାମ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ ବର୍ତ୍ତମାନ ରାଜ୍ୟସଭା ସାଂସଦ ରହିଛନ୍ତି।

Comments are closed.