Latest Odisha News

BREAKING NEWS

ଓଏସଆରଟିସି ମୁଖ୍ୟ କାର୍ଯ୍ଯାଳୟର ସମ୍ପତ୍ତି ଆଟାଚ୍ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ସମ୍ବଲପୁର: ସମ୍ବଲପୁର OSRTC କାର୍ଯ୍ୟାଳୟର ସ୍ଥାବର ସମ୍ପତ୍ତି ଆଟାଚ୍ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ। ମୁଦିପଡ଼ା ସ୍ଥିତ ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍ କରାଯାଇଛି। ବସ୍ ମାଲିକଙ୍କ ବକେୟା ପ୍ରଦାନ ମାମଲାରେ ଏହି ସମ୍ପତ୍ତି ଆଟାଚ୍ ହୋଇଛି।

କୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ପତ୍ତି ଆଟାଚ୍ ପ୍ରକ୍ରିୟା ଜାରି କରାଯାଇଛି। ଟଙ୍କା ନଦେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଲିଜଧାରୀ। ୧୯୯୯ ମସିହାରେ ସରୋଜ ତ୍ରିପାଠୀ ନାମକ ବ୍ଯକ୍ତି ପରିବହନ ନିଗମକୁ ୫୦ ହଜାର ଟଙ୍କା ସିକ୍ଯୁରିଟି ଦେଇ ଏକ ବସ ଲିଜରେ ନେଇଥିଲେ। ହେଲେ ପରିବହନ ବିଭାଗ ତାଙ୍କୁ ଏକ ଖରାପ ବସ ଲିଜରେ ଦେଇଥିଲେ। ଯେହେତୁ ଏକ ବର୍ଷ ପାଇଁ ଚୁକ୍ତି ଥିଲା ତେଣୁ ବସକୁ ଚଲାଇ ଦୁଇ ପଇସା ଲାଭ କରିବା ଲାଗି ନିଜ ହାତରୁ ଟଙ୍କା ଖର୍ଚ୍ଚ କରିଥିଲେ ଲିଜ ନେଇଥିବା ବ୍ୟକ୍ତି।

ହେଲେ ପରିବହନ ବିଭାଗ ୬ମାସ ପରେ ଆଉ ବସ ଚଳାଇବା ପାଇଁ ଅନୁମତି ଦେଲେ ନାହିଁ। ଯାହା ଫଳରେ ଲିଜ ନେଇଥିବା ବ୍ୟକ୍ତି ପରିବହନ ବିଭାଗକୁ ଦେଇଥିବା ସିକ୍ୟୁରିଟି ଟଙ୍କା ମାଗିଥିଲେ। କିନ୍ତୁ ବିଭାଗ ଟଙ୍କା ଫେରାଇ ନଥିଲା। ଏହାକୁ ନେଇ ଗତ ୨୦୦୦ ମସିହାରେ ସମ୍ବଲପୁର ସିଭିଲ କୋର୍ଟରେ ମାମଲା ଦାୟର କରିଥିଲେ। ଦୁଇଥର ଡିଗ୍ରୀ ପାଇଥିଲେ ମଧ୍ୟ ବିଭାଗ ଟଙ୍କା ଫେରାଇ ନଥିଲେ। ଶେଷରେ କୋର୍ଟ ସୁଧ ମୂଳ ମିଶି ୩ ଲକ୍ଷ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଟଙ୍କା ପଇଠ ନକରିବା ଫଳରେ ଆଜି ସମ୍ପତ୍ତି ଆଟାଚ କରାଯାଉଛି।

Comments are closed.