Latest Odisha News

BREAKING NEWS

ଶିଖରଙ୍କ ପୁଅକୁ ଭାରତ ଆଣିବା ପାଇଁ ଆୟେଶାଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଶିଖର ଧାୱନଙ୍କ ପୁତ୍ରଙ୍କୁ ଭାରତ ଆଣିବା ପାଇଁ ପତ୍ନୀ ଆୟେଶା ମୁର୍ଖାଜୀଙ୍କୁ ପଟିୟାଲା ହାଉସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଧାୱନ ଦମ୍ପତି ପରସ୍ପରଠାରୁ ଅଲଗା ରହୁଛନ୍ତି । ବିବାହ ବିଚ୍ଛେଦ ଏବଂ ପୁଅର କଷ୍ଟଡି ନେଇ ମାମଲା ଏବେ ବି ବିଚାରଧୀନ ରହିଛି । ଆୟେଶା ଏବେ ପୁଅ ସହିତ ଅଷ୍ଟ୍ରେଲିଆରେ ରହୁଛନ୍ତି । ୨୦୨୦ ପରଠାରୁ ଶିଖରଙ୍କ ପରିବାର ସହ ତାଙ୍କ ପୁଅ ମିଶି ପାରି ନାcହାନ୍ତି । ତୁମେ କାହିଁକି ଏ ନେଇ ଆପତି କରୁଛ ବୋଲି କୋର୍ଟ ଆୟେଶାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପିଲା ଉପରେ କେବଳ ମାଆର ଏକୁଟିଆ ଅଧିକାର ନ ଥାଏ ବୋଲି କୋର୍ଟ କହିଛନ୍ତି । ଶିଖର କେବଳ ତାଙ୍କ ପୁଅଙ୍କୁ ଭେଟିବାକୁ ଚାହୁଁଛନ୍ତି । ତୁମେ ନିଜେ କିମ୍ବା ଅନ୍ୟ ବିଶ୍ୱସନୀୟ ବ୍ୟକ୍ତି ହାତରେ ପୁଅଙ୍କୁ ଭାରତ ପଠାନ୍ତୁ ବୋଲି କୋର୍ଟ କହିଛନ୍ତି । ଜୁନ ୧୦ ତାରିଖ ପୂର୍ବାହ୍ନ ୧୦ଟା ସୁଦ୍ଧା ପୁଅଙ୍କୁ ଶିଖରଙ୍କ ପରିବାର ପାଖରେ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେ ଏହା ନ କରନ୍ତି ତେବେ ଶିଖର ତାଙ୍କୁ ଆଣିବାକୁ ଅଷ୍ଟ୍ରେଲିଆ ଯିବେ । ଏଥିପାଇଁ ଭିସା ଓ ଅନ୍ୟ କ୍ଲିୟରାନ୍ସ ଆୟେଶା ସଂଗ୍ରହ କରିବେ ।

Leave A Reply

Your email address will not be published.