Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ମିଛ ଖବର ପ୍ରସାର କରି ବିଜେପି ସମର୍ଥକ ଗିରଫ

ଚେନ୍ନାଇ: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ମିଛ ଖବର ପ୍ରଚାର ପ୍ରସାର କରିବା ମହଙ୍ଗା ପଡ଼ିଛି । ବୃତ୍ତିରେ ଓକିଲ ଥିବା ଜଣେ ବିଜେପି ସମର୍ଥକଙ୍କୁ ଗିରଫ କରିଛି ତାମିଲନାଡ଼ୁ ପୋଲିସ ।

ତାମିଲନାଡ଼ୁ କନ୍ୟାକୁମାରୀ ଜିଲ୍ଲାର ସେନ୍ଥିଲ୍ କୁମାରଙ୍କୁ ପୋଲିସ ଗିରଫ କରିଛି । ଖବର ଅନୁସାରେ, ସେନ୍ଥିଲ୍ ବାହାନଗା ଦୁର୍ଘଟଣା ପରେ ଟ୍ୱିଟ୍ କରିଥିଲେ ବାହାନଗା ରେଲୱେ ଷ୍ଟେସନ ବଜାରର ଷ୍ଟେସନ ମାଷ୍ଟର ମହମ୍ମଦ ଶରିଫ୍ ଅହମ୍ମଦ ଫେରାର୍ ହୋଇ ଯାଇଛନ୍ତି ।

ତଦନ୍ତ ବେଳେ ଜଣାପଡ଼ିଥିଲା ଏସ୍.ବି ମହାନ୍ତି ଘଟଣା ଦିନ କାର୍ଯ୍ୟରେ ଥିଲେ । ଏଥିସହ ମହମ୍ମଦ ଶରିଫଙ୍କ ନାଁରେ ବାହାନଗା ଷ୍ଟେସନରେ କେହି କାର୍ଯ୍ୟ କରୁ ନଥିବା ଜଣା ପଡ଼ିଥିଲା । ଏନେଇ ଡିଏମକେର ଜଣେ କର୍ମୀ ପୋଲିସରେ ଅଭିଯୋଗ କରିଥିଲେ । କହିଥିଲେ, ମିଛି ସୂଚନା ଦେଇ ସେନ୍ଥିଲ୍ ସାମ୍ପ୍ରଦାୟିକ ଘୃଣାଭାବ ସୃଷ୍ଟି ପାଇଁ ଚେଷ୍ଟା କରୁଛନ୍ତି ।

ପୋଲିସ ସେନ୍ଥିଲଙ୍କ ବିରୋଧରେ ଆଇପିସି ଧାରା ୧୫୩, ୧୫୩ଏ, ୫୦୫ (୧)(ବି), ୫୦୫ (୨) ଆଦିରେ ମାମଲା ରୁଜୁ କରିବା ସହ ଗିରଫ କରିଛି । ଏହା ଉପରେ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ତାମିଲନାଡ଼ୁ ପୋଲିସ ।

Leave A Reply

Your email address will not be published.