Latest Odisha News

BREAKING NEWS

Odisha receive bomb threat: ବୋମା ଧମକର ବିଧିବଦ୍ଧ ତଦନ୍ତ ଦାବି କଲା ହାଇକୋର୍ଟ ବାର ଆସୋସିଏସନ

କଟକ:ହାଇକୋର୍ଟ ବାର ଆସୋସିଏସନ ବୋମା ଧମକର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି । ଯେଉଁମାନେ ଏପରି ହୀନ କାର୍ଯ୍ୟରେ ସମ୍ପୃକ୍ତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବାର୍ ତରଫରୁ ଦାବି ହୋଇଛି । ଜଜ, ଓକିଲ ଏବଂ ମହକିଲଙ୍କ ସୁରକ୍ଷାକୁ ନଜରରେ ରଖି କିଛି ବଳିଷ୍ଠ ପଦକ୍ଷେପ ନିଆଯାଉ ବୋଲି ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ ଅଭିଜିତ ପଟ୍ଟନାୟକ ଦାବି କରିଛନ୍ତି ।

ଖବରମୁତାବକ, ରାଜ୍ୟର ୩ଟି କୋର୍ଟ ପରିସରରେ ବୋମା ରହିଛି ବୋଲି ଗୁରୁବାର ଇ-ମେଲ୍ ଆସିଥିଲା। କଟକ ଜିଲ୍ଲା କୋର୍ଟ, ସମ୍ବଲପୁର କୋର୍ଟ ଓ ଦେବଗଡ କୋର୍ଟକୁ ବୋମା ଧମକ ମିଳିଥିଲା। ବେନାମୀ ଇମେଲ ଜରିଆରେ ଧମକ ଆସିବା ପରେ ପୋଲିସ ଏହାକୁ ଗୁରୁତର ସହ ନେଇଥିଲା। ଯାହା ପରେ ଯାଞ୍ଚ ଜୋରଦାର କରାଯାଇଥିଲା। କିନ୍ତୁ ଯାଞ୍ଚ ପରେ କିଛି ନମିଳିବାରୁ କୋର୍ଟ କାମ ପୁଣିଥରେ ଆରମ୍ଭ ହୋଇଛି।

ତେବେ ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.