Latest Odisha News

BREAKING NEWS

ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ କଲେ କୋର୍ଟ

ଭୁବନେଶ୍ୱର: ବ୍ଲାକମେଲିଂ ମାମଲାରେ ଗିରଫ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ ହୋଇଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ କୋର୍ଟ ଅର୍ଚ୍ଚନା ନାଗର ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ।

ଅକ୍ଷୟ ପରିଜାଙ୍କୁ, ଅର୍ଚ୍ଚନା ବ୍ଲାକମେଲ୍ କରିବା ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା । ଅର୍ଚ୍ଚନା ୩ କୋଟି ଟଙ୍କା ମାଗିଥିବା ଅଭିଯୋଗ କରିଥିଲେ ଅକ୍ଷୟ ପରିଜା । ଏହି ମାମଲାରେ ଅକ୍ଷୟଙ୍କୁ ଇଡି ୨ ଥର ପଚରାଉଚରା କରିଥିବା ବେଳେ ଶ୍ରଦ୍ଧାଞ୍ଜଳିଙ୍କୁ ବି ଇଡି ପଚରାଉଚରା କରିଛି ।

ଅନ୍ୟପଟେ ବୁଧବାର ଖଗେଶ୍ୱରଙ୍କ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ୍ ଚନ୍ଦନ ଆଜି ଇଡିରେ ହାଜର ହୋଇଛନ୍ତି । ଆଗକୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇପାରେ ଇଡି । ଅର୍ଚ୍ଚନା ହନିଟ୍ରାପ୍ ମାମଲାରେ ଏଯାବତ୍ ଇଡି ପ୍ରାୟ ୧୦ରୁ ଅଧିକ ଜଣଙ୍କୁ ଜେରା କରି ସାରିଲାଣି । ଅକ୍ଟୋବର ୬ରେ ଗିରଫ ପରେ ଜେଲରେ ଅଛନ୍ତି ଅର୍ଚ୍ଚନା ନାଗ ।

Leave A Reply

Your email address will not be published.