Latest Odisha News

BREAKING NEWS

ଇଡିର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଆବେଦନ ଖାରଜ, ଝାରପଡା ଜେଲ ଗଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ହନିଟ୍ରାପ ମାମଲାର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ନାଗ ଗଲେ ଝାରପଡ଼ା ଜେଲ୍। ଇଡି ତାଙ୍କୁ ରିମାଣ୍ଡରେ ନେଇ ଗିରଫ କରିଥିଲା। ଅର୍ଚ୍ଚନାଙ୍କ 6 ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହେବା ପରେ ସୋମବାର ଇଡି ତାଙ୍କୁ କୋର୍ଟରେ ହାଜର କରିଥିଲା ଏବଂ ଅଧିକ ପଚରାଉଚରା ପାଇଁ ତାଙ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କ ଅନୁମତି ଲୋଡ଼ିଥିଲା। ଏହା ପରେ କୋର୍ଟ ରିମାଣ୍ଡ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ପ୍ରଥମ ପର୍ଯ୍ୟାୟରେ ଇଡି ଅର୍ଚ୍ଚନାଙ୍କୁ 7 ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। କିନ୍ତୁ ପଚରାଉଚରା ସମୟରେ ଅଭିଯୁକ୍ତ ଅର୍ଚ୍ଚନା ଇଡିକୁ ସହଯୋଗ କରିନଥିବା ଅଭିଯୋଗ ହୋଇଛି। ଏବେ ସୁଦ୍ଧା ଅଭିୟୁକ୍ତ ଦମ୍ପତ୍ତିଙ୍କ ଡିଜିଟାଲ ପ୍ରମାଣ ଫରେନ୍ସିକ ଲ୍ୟାବରେ ଦାଖଲ କରାଯାଇନାହିଁ। ପୂର୍ବରୁ ଇଡି ଏହି ମାମଲାରେ ଅଭିୟୁକ୍ତ ଦମ୍ପତିଙ୍କୁ ପଚରାଉଚରା କରିଥିଲେ ମଧ୍ୟ ଅର୍ଚ୍ଚନା ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସହଯୋଗ କରିନଥିଲେ।

ଅର୍ଚ୍ଚନାଙ୍କ ଓକିଲ ଠାକୁର ସଂଗ୍ରାମ ସିଂ କହିଛନ୍ତି, ଯେଉଁ ଗ୍ରାଉଣ୍ଡରେ ପୁଣିଥରେ ରିମାଣ୍ଡରେ ନେବାକୁ ଆବେଦନ କରିବା ଉଚିତ । ସେମିତି କରୁନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅର୍ଚ୍ଚନା ତଦନ୍ତରେ ସହଯୋଗ କରୁନଥିବା ଇଡି ପକ୍ଷରୁ କୋର୍ଟଙ୍କ ନିକଟରେ ତଥ୍ୟ ରଖାଯାଇଛି। ପଚରା ଉଚରା ବେଳେ ଅର୍ଚ୍ଚନା ଉତ୍ତର ଠିକରେ ଦେଉନଥିବା ଇଡି ଅଭିଯୋଗ କରିଛି । ଏହି ଆଧାରରେ ପୁଣି ୨ ଦିନ ରିମାଣ୍ଡରେ ନେବା ପାଇଁ ଇଡି ପକ୍ଷରୁ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି। କିନ୍ତୁ ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁ ତଦନ୍ତ ସମୟରେ ଇଡିକୁ ସହଯୋଗ କରୁଥିବା କହିଛନ୍ତି ଅର୍ଚ୍ଚନାଙ୍କ ଓକିଲ ଠାକୁର ସଂଗ୍ରାମ ସିଂ।

 

Comments are closed.