Latest Odisha News

କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ଝଟକା, ମିଳିଲାନି ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ଝଟକା । ଆପ୍‌ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାରିବା ଘଟଣାରେ ଆଜି ଦିଲ୍ଲୀର ତିସ ହଜାରି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ଆଜି ଜାମିନ ଆବେଦନ ଶୁଣାଣି ବେଳେ ସ୍ବାତୀ କୋର୍ଟରେ ହାଜର ହୋଇଥିଲେ । ବିଚାରପତିଙ୍କ ଆଗରେ କାନ୍ଦିପକାଇଥିଲେ । କହିଥିଲେ ଯଦି ବିଭବ ଜାମିନରେ ଆସନ୍ତି ତାହେଲେ ମୋର ଓ ମୋର ପରିବାରର ଜୀବନ ପ୍ରତି ବିପଦ ବଢ଼ିବ ।

ଏହି ସମୟରେ ବିଭବଙ୍କ ଓକିଲ କହିଥିଲେ ଯେ, ସ୍ୱାତି ମିଥ୍ୟା ଆରୋପ ଲଗାଇ ବିଭବଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ବିଭବଙ୍କ ଓକିଲ କହିଛନ୍ତି, ସ୍ୱାତୀ ଜାଣିଶୁଣି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ନିବାସର ଏକ ଏମିତି ସ୍ଥାନ ଘଟଣାସ୍ଥଳ ଭାବେ ବର୍ଣ୍ଣନା କରିଛନ୍ତି, ଯାହା ସିସିଟିଭି ପରିସରଭୁକ୍ତ ନୁହେଁ । କେଜ୍ରିୱାଲଙ୍କ ଡ୍ରଇିଂ ରୁମ୍ ରେ ସିସିଟିଭି ନଥିବାରୁ ସେହି ସ୍ଥାନକୁ ସେ ଘଟଣାସ୍ଥଳୀ ଭାବେ ବାଛିଲେ । ସେ ଅନାଧିକୃତ ଭାବେ କେଜ୍ରିୱାଲଙ୍କ ବାସଭବନରେ ପ୍ରବେଶ କରିଥିଲେ ବୋଲି ବୈଭବ କୁମାରଙ୍କ ଓକିଲ କହିଛନ୍ତି ।

ଦୁଇ ପକ୍ଷଙ୍କୁ ଶୁଣିବା ପରେ ତିସ ହଜାରି କୋର୍ଟ ଆଜି ସନ୍ଧ୍ୟାରେ ବିଭବ କୁମାରଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ।

Comments are closed.