Latest Odisha News

BREAKING NEWS

କୋଭିଶିଲ୍ଡକୁ ନେଇ ଏଭଳି ରାୟ ଦେଲେ କୋର୍ଟ

ପୁଣେ: ପୁଣେର ଏକ ସ୍ଥାନୀୟ କୋର୍ଟଙ୍କ ପକ୍ଷରୁ କରୋନା ଟିକା ନିର୍ମାଣକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଆଶ୍ୱସ୍ତି ମିଳିଛି। କମ୍ପାନୀ ଦ୍ୱାରା କୋଭିଶିଲ୍ଡର ନାମ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ।

ଏନେଇ କମ୍ପାନୀ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ବ୍ରିଟିଶ-ସ୍ୱିଡେନ କମ୍ପାନୀ ଆଷ୍ଟ୍ରାଜେନେକା ଦ୍ଵାରା ଏହି ଟିକା ବିକଶିତ କରାଯାଉଛି। ଆହୁରି ମଧ୍ୟ ଟିକାକରଣ ପାଇଁ ଭାରତ ସରକାର କୋଭିଶିଲ୍ଡ ଟିକାର ୧୧୦ ଲକ୍ଷ ଡୋଜ କ୍ରୟ କରିଛନ୍ତି।

ଏହି ଟିକାର ଟେଡମାର୍କ ସମ୍ବନ୍ଧୀୟ ଆବେଦନ କରିଥିବା ଏକ ଡ୍ରଗ୍ କମ୍ପାନୀ କୁଟିସ୍-ବାୟୋଟେକର ଓକିଲ କହିଛନ୍ତି ଯେ ସେ ହାଇକୋର୍ଟରେ ମଧ୍ୟ ଆବେଦନ କରିବେ।

କୁଟିସ୍-ବାୟୋଟେକ୍ ଜାନୁଆରୀ ୪ରେ ସ୍ଥାନୀୟ ସିଭିଲ୍ କୋର୍ଟରେ ଏକ ମକୋଦ୍ଦମା ଦାୟର କରିଥିଲା। ​​ଯେଉଁଥିରେ କୋଭିଶିଲ୍ଡର ବ୍ରାଣ୍ଡ ନାମ ବ୍ୟବହାର କରିବାର ଅଧିକାର ସେମାନଙ୍କର ରହିଛି ବୋଲି ସେ ଦାବି କରିଥିଲେ।

ସେହିପରି ସେରମ ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି ଯେ ଦୁଇଟି କମ୍ପାନୀ ଭିନ୍ନ ଉତ୍ପାଦ ବର୍ଗରେ କାର୍ଯ୍ୟ କରୁଛନ୍ତି ଏବଂ ଟ୍ରେଡମାର୍କକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାର କିଛି କାରଣ ନାହିଁ। ତେବେ ସେରମ ଓକିଲ ହିତେଶ ଜୈନ କହିଛନ୍ତି ଯେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

Comments are closed.