Latest Odisha News

BREAKING NEWS

ସରିଲା ରିମାଣ୍ଡ, ବିଚାର ବିଭାଗୀୟ ହାଜତକୁ ଗଲେ କେ. କବିତା

ନୂଆଦିଲ୍ଲୀ: ଶେଷ ହେଲା ରିମାଣ୍ଡ ଅବଧି । ଜେଲ୍‌ ଗଲେ ବିଆରଏସ ନେତ୍ରୀ କେ. କବିତା । ଦିଲ୍ଲୀର ଏକ କୋର୍ଟ ଭାରତ ରାଷ୍ଟ୍ର ସମିତି ନେତ୍ରୀ ତଥା ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କୁ ଏପ୍ରିଲ ୯ ତାରିଖ ଯାଏଁ ଜେଲ୍‌କୁ ପଠାଇ ଦେଇଛନ୍ତି । ଏପ୍ରିଲ ୧ ତାରି‌ଖରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନର ଶୁଣାଣି ହେବ ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ. କବିତାଙ୍କୁ ଗତ ୧୫ ତାରିଖରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ତା’ପରେ ତାଙ୍କୁ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେଇଥିଲା ଇଡି । ଗତ ସପ୍ତାହରେ ତାଙ୍କୁ ଆଉ ଥରେ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ କୋର୍ଟ ।

ଇଡିର ଅଭିଯୋଗ ଅନୁଯାୟୀ, କେ କବିତା ‘ସାଉଥ ଗ୍ରୁପ୍‌’ର ଜଣେ ମୁଖ୍ୟ ସଦସ୍ୟ, ଯାହା ପ୍ରତ୍ୟାହୃତ ହୋଇସାରିଥିବା ନୂଆ ଅବକରୀ ନୀତି ଅଧୀନରେ ଆପ୍‌ କୁ ୧୦୦ କୋଟି ଟଙ୍କା ଦେଇ ମଦ ଲାଇସେନ୍ସ ପାଇଥିଲା । ଆପ୍ ଏହି ଅର୍ଥକୁ ଗୋଆ ଓ ପଞ୍ଜାବ ବିଧାନସଭା ନିର୍ବାଚନରେ ଲଗାଇଥିବା ଇଡି ସୂଚନା ଦେଇଛି ।

ଏହି ମାମଲାରେ ପୂର୍ବରୁ ଅନେକ ନେତା ଗିରଫ ହୋଇ ଜେଲରେ ସଜା କାଟୁଥିବାବେଳେ, ଏବେ ବିଆରଏସ ନେତ୍ରୀ କେ. କବିତା ଓ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି ।

Comments are closed.