Latest Odisha News

BREAKING NEWS

ସାମ୍ବାଦିକ ବିକାଶ ରଞ୍ଜନ ହତ୍ୟା ମାମଲା: ୧୪ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ପାଟନା: ବହୁ ଚର୍ଚ୍ଚିତ ସାମ୍ବାଦିକ ବିକାଶ ରଞ୍ଜନ ହତ୍ୟା ମାମଲାରେ ଆଜି ରୋଷଡା କୋର୍ଟ ୧୪ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୦୮ରେ ବିକାଶ ଅଫିସରୁ ଘରକୁ ଫେରିବା ପାଇଁ ଅପେକ୍ଷା କରିଥିବା ସମୟରେ ଦୁବୃତମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏଲଜେପି ବ୍ଲକ ସଭାପତି ସ୍ୱୟମ୍ବର ଯାଦବ, କୃଷ୍ଣ କୁମାର ଯାଦବ ପ୍ରମୁଖ ଏଥିରେ ସାମିଲ ଥିଲେ ।

ଏହି ଘଟଣା ସେ ସମୟରେ ସାରା ଭାରତରେ ଆଲୋଡନ ସୃଷ୍ଟି କରିଥିଲା । ଏଲଜେପି ନେତା ସ୍ୱୟଂମ୍ବର ଏଥିରେ ମାଷ୍ଟରମାଇଣ୍ଡ ଥିଲେ । ଏହି ଦଣ୍ଡାଦେଶର ଶୁଣାଣୀ ପୂର୍ବରୁ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

Leave A Reply

Your email address will not be published.