Latest Odisha News

BREAKING NEWS

ଜନ ଶୁଣାଣି କେନ୍ଦ୍ରରେ ଉତ୍ତେଜନା , କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ମାଡ ମାରିଲେ ଗାଁ ଲୋକ

କୋରାପୁଟ : ଜନଶୁଣାଣି କେନ୍ଦ୍ରରେ ଉତ୍ତେଜନା । କମ୍ପାନୀ ଅଧିକାରୀଙ୍କୁ  ମାଡ ମାରିଲେ ଗାଁ ଲୋକ। ଗୁରୁତର ଅବସ୍ଥାରେ  ହିଣ୍ଡଲକୋ କମ୍ପାନୀର ବରିଷ୍ଠ ଅଧିକାରୀ ସେମିଳିଗୁଡା ମେଡିକାଲରେ ଭର୍ତି ହୋଇଛନ୍ତି । କୋରାପୁଟ ହିଣ୍ଡଲକୋ ପକ୍ଷରୁ ଆଜି କଙ୍କଡା ଆମ୍ବ ଗାଁ ରେ ଜନଶୁଣାଣି ହେବାକୁ ଥିବା ବେଳେ ଏହି ଗଣ୍ଡଗୋଳ ହୋଇଛି ।

ଗାଁ ଲୋକମାନେ ସଭାକ୍ଷେତ୍ରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । କିଛି ସମୟ ପାଇଁ ସଭାକ୍ଷେତ୍ର ରଣକ୍ଷେତ୍ର ପାଲଟିଯାଇଥିଲା । ମାଳି ପର୍ବତରୁ ଖଣି ଉତ୍ତୋଳନ ବେଳେ ୧୮ ଟି ପଞ୍ଚାୟତରୁ ଆସିଥିବା ୭୦ ଖଣ୍ଡ ଗ୍ରାମବାସୀ ତୁମୁଳକାଣ୍ଡ ଭିଆଇଛନ୍ତି। ସୂଚନା ଅନୁସାରେ ସଭା ଚାଲିଥିବା ସମୟରେ ହିଣ୍ଡାଲକୋ କମ୍ପାନୀର ବରିଷ୍ଠ ଅଧିକାରୀ ,କୋରାପୁଟ ଏଡିଏମ୍ ,କୋରାପୁଟ ଉପଜିଲ୍ଲାପାଳ ଉପସ୍ଥିତ ଥିଲେ । ମୈତ୍ରୀ କମ୍ପାନୀର ବରିଷ୍ଠ କର୍ମଚାରୀଙ୍କୁ ମାଡ ମରାଯାଇଥିବା ଜଣାପଡ଼ିଛି ।

ଅନ୍ୟପଟେ ହିଣ୍ଡାଲକୋ କମ୍ପାନୀର ବରିଷ୍ଠ ଅଧିକାରୀ ମଧ୍ୟ ଗୁରୁତର ହୋଇପଡ଼ିଥିଲେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା ।ଫଳରେ ଘଟଣା ସ୍ଥଳରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.